ଆମ ରୋଷେଇ- “ଦହି ଭାତ”
ସାମଗ୍ରୀ :
ବାସୁମତୀ ଚାଉଳ – ୨ କପ୍
ତେଜପତ୍ର – ୧ଟି
ଲବଙ୍ଗ – ୩ଟି
କାଜୁ ଭଜା – ୨୦ ଗ୍ରାମ୍
ବାଦାମ – ୨୦ ଗ୍ରାମ୍
ସୋରିଷ – ୧ ଚାମଚ
ଚିନି – ୧ ଚାମଚ
ଦହି – ୧ କପ୍
ଘିଅ – ୨ ଚାମଚ
ଲୁଣ – ସ୍ୱାଦନୁସାରେ
ପ୍ରଣାଳୀ :-
ପ୍ରଥମେ ୨ କପ୍ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ବତୁରାଇ ରଖି ଛାଣି ଅଲଗା ରଖନ୍ତୁ ।
ଘିଅ ଗରମ କରି ଗୋଟା ମସଲା ଓ ତେଜପତ୍ର ପକାନ୍ତୁ ।
ଏଥର ଚାଉଳ ଓ ଲୁଣ, ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ ଭାଜନ୍ତୁ ।
ତା’ପରେ ୪ କପ୍ ପାଣି ଦେଇ ଘୋଡ଼ଣୀ ଲଗାଇ କମ୍ ଆଞ୍ଚରେ ୧୦-୧୫ ମିନିଟ୍ ରାନ୍ଧନ୍ତୁ ।
ହୋଇଗଲେ ଚୁଲିରୁ କାଢ଼ି ଘୋଡ଼ଣୀଲଗା ଅବସ୍ଥାରେ ୫-୭ ମିନିଟ୍ ରଖନ୍ତୁ ।
ଏହାପରେ ଘୋଡ଼ଣୀ କାଢ଼ି ଉଷୁମ ହେବାଯାଏଁ ରଖନ୍ତୁ । ତା’ପରେ ସେଥିରେ ଦହି, ବାଦାମ ଓ କାଜୁ ଗୋଳାଇଦିଅନ୍ତୁ ଓ ପ୍ଲେଟକୁ କାଢ଼ି ସର୍ଭ କରନ୍ତୁ ।
ଦହି ଭାତ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
