ଆମ ରୋଷେଇ- “ସାହି ଅନାରକଲି ରାଇସ୍”
ସାମଗ୍ରୀ :
ବାସୁମତୀ ଚାଉଳ (ପାଣିରେ ଅଧଘଣ୍ଟା ବଡ଼ୁରାଇ ରଖନ୍ତୁ) — ୧ କପ୍
ପାଣି-୩ କପ୍
ଲୁଣ-୨ ଚାମଚ (ଛୋଟ)
ତେଲ-୧ ଚାମଚ (ଛୋଟ)
ଲେମ୍ଭରସ-୧ ଚାମଚ (ବଡ଼)
ତେଲ (ରିଫାଇନ)-୩ ଚାମଚ (ଛୋଟ)
କଟା। ଅଦା-୧ ଚାମଚ (ଛୋଟ)
କଟା କଞ୍ଚାଲଙ୍କା-୨ ଟା
କଟା ପିଆଜ-୧ ଚାମଚ (ବଡ଼)
ଲୁଣ-୧ ଚାମଚ (ଛୋଟ)
ଗରମ ମସଲା ଗୁଣ୍ଡ—୧/୨, ଚାମଚ (ଛୋଟ)
ଲଙ୍କା ଗୁଣ୍ଡ—୧/୨ ଚାମଚ (ଛୋଟ)ଧନିଆ ପତ୍ର-୨ ଚାମଚ
ଡାଳିମ୍ବ ମଞ୍ଜି -୧ କପ୍
ମଟର ମଞ୍ଜି—୧/୨ କପ୍
କାଜୁ, କିସମିସ, ପିସ୍ତା ବାଦାମ- ୧/୨ କପ୍
ପ୍ରଣାଳୀ :
୩ କପ୍ ପାଣିରେ ୨ ଚାମଚ ଲୁଣ, ଲେମ୍ବୁରସ ଓ ତେଲ ୧ ଚାମଚ ପକାଇ ଫୁଟାନ୍ତୁ । ଫୁଟିଗଲେ ଚାଉଳ ପକାଇ ୩/ ୪ ଭାଗ ରାନ୍ଧି ହୋଇଗଲେ କାଢ଼ି ରଖନ୍ତୁ । କରେଇରେ ତେଲ ଗରମ କରି ଅଦା, ଲଙ୍କା ଓ ପିଆଜ ପକାଇ ଭଲ ଭାବରେ ଭାଜନ୍ତୁ । ଭାତ ପକାଇ ଭଲକରି ମିଶାନ୍ତୁ । ସେଥୁରେ ଲୁଣ, ଗରମ ମସଲା ଓ ଲଙ୍କାଗୁଣ୍ଡ ପକାଇ ଗୋଳାନ୍ତୁ । ଶେଷରେ ଗ୍ରୀନ୍ ମଟର, ଡାଳିମ୍ବ ମଞ୍ଜ ଓ ଧନିଆ ପତ୍ର ପକାଇ ଢାଙ୍କୁଣୀ ଦେଇ ୩-୪ ମିନିଟ, କମ୍ ଆଞ୍ଚରେ ବସାନ୍ତୁ । ତା’ପରେ କାଢ଼ି ପରଶନ୍ତୁ ।ସାହି ଆନାରକଲି ରାଇସ୍
