ସୂତାହାଟ ନୈାଜୱାନ କମିଟି ପକ୍ଷରୁ ଇଫତାର ପାର୍ଟି
କଟକ : ପବିତ୍ର ରମଜାନ ଅବସରରେ ପୂର୍ବତନ କର୍ପେରେଟର ସେକ ଲିଆକତ ଉଦ୍ଦିନ ଅହମ୍ମଦଙ୍କ ପୈାରୋହିତ୍ୟରେ ସୂତାହାଟ ନୈାଜୱାନ କମିଟି ପକ୍ଷରୁ ସ୍ଥାନୀୟ ଫଙ୍କସନ ପ୍ୟାଲେସରେ ଏକ ଇଫତାର ପାର୍ଟି ଓ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ସହରର ବିଭିନ୍ନ ବର୍ଗର ଲୋକ ଯୋଗ ଦେଇଥିଲେ । ଇ‘ତାର ପାର୍ଟିରେ ମୁଖ୍ୟ ଅତିଥି ଭାବେ ବିଧାୟକ ମହମ୍ମଦ ମୋକିମ ଅଂଶ ଗ୍ରହଣ କରି ସାମୂହିକ ପ୍ରାର୍ଥନା ସଭାରେ ସମସ୍ତଙ୍କର ଶୁଭକାମନା କରି ଉପବାସ ଭଙ୍ଗ କରିଥିଲେ । ଅନ୍ୟମାନଙ୍କ ମ୍ମରେ ସେକ ଅସଲମ, ଜଲିଲ ଖାନ, ସେକ ନସିମ, ସେକ ମିର୍ଜା କାଶିମ ବେଗ, ଫଇମ ଅଖତର, ଖଲିଲ ଖାନ, ମହମ୍ମଦ ସଲିମ, ସେକ ସମିମ, ଏକ୍ରାମ ବକ୍ସ, ସେକ ଏଜାଜ, ଇର୍ସାଦ ଖାନ, ମହମ୍ମଦ ଫରୁ, ମଜିଦ ଖାନ, ଜାକିର ହୁସେନ, ରମଜାନ ଅଲ୍ଲି, ସେକ ଗୁଲାମ ମୋଇଉଦ୍ଦିନ ପ୍ରମୁଖ ଯୋଗଦେଇଥିଲେ ।
