୧୦ ହଜାର ଟଙ୍କା ଲାଂଚ ନେଇ ବିଇଓ ଭିଜିଲାନ୍ସ ଜାଲରେ
କଟକ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ସାନ୍ତନୁ କୁମାର ମଲ୍ଲିକ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କଟକ ଡିଭିଜନ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଶ୍ରୀ ମଲ୍ଲିକ ଜନୈକ ଶିକ୍ଷଙ୍କର ବକେୟା ଦରମା ବିଲ ପାସ୍ କରାଇବା ପାଇଁ ଏହି ପରିମାଣର ଲାଂଚ ଦାବି କରିଥିଲେ । ଆଜି ଏହି ଲାଂଚ କାରବାର ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ମଲ୍ଲିକଙ୍କୁ ଧରି ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କଠାରୁ ଲାଂଚ ଟଙ୍କା ଜବତ କରିଥିଲେ । ଏହି ପରିପ୍ରେକ୍ଷୀରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜଜୁ କରାଯାଇ ଶ୍ରୀ ମଲ୍ଲିକଙ୍କ ଘର, ସଂପର୍କୀୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି ।
