ଏମିତିବି ଆସେ ମୃତ୍ୟୁ ! ଚଇତି ମେଲଣ ଡିଜେରେ ନାଚୁ ନାଚୁ ଯୁବକଙ୍କ ମୃତ୍ୟୁ
ମାହାଙ୍ଗା : ଏମିତିବି ଆସେ ମୃତ୍ୟୁ । ଡିଜେ ସାଉଣ୍ଡରେ ଗଲା ଜୀବନ । ଚଇତି ମେଲଣ ଡିଜେରେ ନାଚୁ ନାଚୁ ଜଣେ ଯୁବକଙ୍କର ମୃତ୍ୟୁ । ଏପରି ଏକ ଘଟଣା କଟକ ଜିଲା ମାହାଙ୍ଗା ଥାନା ବରାହିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଯେ, ବରାହିପୁର ଠାରେ ହେଉଥିବା ବିଦେଇବାବାଙ୍କର ଚଇତି ମେଲଣରେ ଡିଜେ ବାଜୁଥିଲା । ଗୀତର ତାଳେ ତାଳେ ଝୁମୁଥିଲେ ଯୁବପୀଢି । ଠିକ ଏହି ସମୟରେ ନାଚୁ ନାଚୁ ଟଳି ପଡିଲେ ବରାହିପୁର ଗ୍ରାମର ନରହରି ସେଠୀଙ୍କ ୨୩ ବର୍ଷୀୟ ପୁତ୍ର ରାଜେଶ । ରାଜେଶଙ୍କୁ ଉଧାର କରାଯାଏ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୭/୨୩) ରୁଜୁ କରି କଟକ ବଡ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
