ବିଶ୍ୱ ସ୍ୱାସ୍ଥ୍ୟ ଦିବସ ! ଏକ ସୁନ୍ଦର ଓ ସୁସ୍ଥ ବିଶ୍ୱ ଗଠନରେ ସୁସ୍ଥ ଶରୀର ଓ ମନର ଆବଶ୍ୟକତା ରହିଛି, ଆପଣାନ୍ତୁ ଏହି ଉପାୟ
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ତା ସହ ଆଜିର ଦିନରେ ଅର୍ଥାତ୍ ୧୯୪୮ ମସିହା ଏପ୍ରିଲ ୭ ତାରିଖଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଳୁଏଚଓ) ପ୍ରତିଷ୍ଠା ହୋଇଥିଲା । ସାରା ବିଶ୍ୱରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାର ନିବାରଣ ପାଇଁ ଡବ୍ଳୁଏଚଓ ପ୍ରତିଷ୍ଠା ହୋଇଥିଲା ।ସମସ୍ତ ରୋଗର ନିରାକଣର ପାଇଁ ଚେଷ୍ଟା କରିବା ଓ ଲୋକଙ୍କୁ ସତର୍କ କରାଇବା ହେଉଛି ଡବ୍ଳୁଏଚଓର କାର୍ଯ୍ୟ । ୧୯୫୦ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଯେତେବେଳେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ସେତେବେଳେ ନିଷ୍ପତ୍ତି ହୋଇଥିଲା ଯେ ପ୍ରତିବର୍ଷ ଏପ୍ରିଲ ୭ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯିବ।
ସ୍ୱାସ୍ଥ୍ୟ ହେଉଛି ଶାରୀରୀକ ମାନସିକ ଓ ସାମାଜିକ ସ୍ତରରେ ସୁସ୍ଥତା । ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ଅଧିକ ।ମଣିଷକୁ ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ । ସମାଜରେ ଏବେ ଦେଖାଦେଉଛି ସାମାଜିକ ରୋଗମାନ ଦୃତ ଗତିରେ ବୃଦ୍ଧି ପାଉଛି । ନିଶା ସେବନ, ମଦ୍ୟପାନ, ଆକସ୍ମିକ ଦୁର୍ଘଟଣା ଭଳି ଅନେକ ସାମାଜିକ ରୋଗ ସମାଜକୁ ପଙ୍ଗୁ କରିସାରିଲାଣି ।ଏଥିରୁ ନିବୃତ୍ତ ରହିବା ନିହାତି ଆବଶ୍ୟକ ।
ମଣିଷକୁ ସୁସ୍ଥ୍ୟ ରହିବା ପାଇଁ ହେଲେ ଖାଦ୍ୟ ଓ ପାନୀୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି । ଗୋଟିଏ ଦିନ ଭିତରେ ମଣିଷକୁ ନିହାତି ପୃଷ୍ଟି କରି ଖାଦ୍ୟ ଖାଇବା ଆବ୍ୟଶ୍ୟକ । ଖାଦ୍ୟରେ ପ୍ରଚୁର ପରିମାଣର ଫଳ , ପନିପରିବା, କ୍ଷୀର , ପ୍ରୋଟିନ ସମୃଦ୍ଧ ଜିନିଷ ରହିବା ଆବଶ୍ୟକତା ରହିଛି । ତା ସହ ସୁସ୍ଥ ରହିବା ପାଇଁ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ । ଭଲ ନିଦ ଉଭୟ ଶରୀର ଓ ମନକୁ ପ୍ରଫୁଲ୍ଲିତ କରିଥାଏ ।
ନିଜ ଶରୀର ପାଇଁ ବ୍ୟାୟାମ ଓ ଯୋଗ ନିହାତି ଜରୁରୀ । ବ୍ୟାୟମ ଯୋଗ ଓଜନ କମାଇବା, ମାଂସପେଶୀକୁ ସୁସ୍ଥ ରଖିବା, ଆଣ୍ଠୁଗଣ୍ଠିକୁ ଚଳନକ୍ଷମ ପାଇଁ କରାଯାଏ । ନିୟମିତ ବ୍ୟାୟାମ କଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ । ପ୍ରତ୍ୟେକ ମଣିଷ ନିଜ ଜୀବନକୁ ସୁନ୍ଦର ଭାବେ ଉପଭୋଗ କରିବାକୁ ପସନ୍ଦ କରନ୍ତି । ସେଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ।
ସୁସ୍ଥ ଶରୀର ପାଇଁ କିଛି ସରଳ ଉପାୟ :
*ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଦିନ ମଧ୍ୟରେ କମ ସେ କମ ୩ଟି ସ୍ୱାସ୍ଥ୍ୟକର ଓ ପୃଷ୍ଟିଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ରାତିରେ ସାଧାରଣ ଖାଦ୍ୟ ଖାଇବା ଉଚିତ। ଖାଦ୍ୟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଗୋଟା ଚାଉଳ , ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ।
*ସୁସ୍ଥ ଶରୀର ପାଇଁ ଆବଶ୍ୟକ ପରିମାଣରେ ଶୋଇବା ନିତ୍ୟାନ୍ତ ଜରୁରୀ। ଯେଉଁମାନେ ରାତିରେ ଉତ୍ତମ ନିଦରେ ଶୁଅନ୍ତି ନାହିଁ, ସେମାନଙ୍କର ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ।
*ଯଥେଷ୍ଟ ନିଦରେ ଶୋଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ। ରାତିରେ କଫି କିମ୍ବା ଚା’ ପିଅନ୍ତୁ ନାହିଁ।
*ଅଧିକ ଚିନ୍ତା କରନ୍ତୁ ନାହିଁ। ଏହାଦ୍ୱାରା ମସ୍ତିଷ୍କରେ କୁପ୍ରଭାପ ପଡିଥାଏ। ଯଥାସମ୍ଭବ ଖୁସିରେ ରୁହନ୍ତୁ।
*ନିୟମିତ ବ୍ୟାୟାମ କରନ୍ତୁ। ବିଶେଷ କରି ପ୍ରାତଃ ସମୟରେ ବ୍ୟାୟମ କରିବା ଉଚିତ। ଯୋଗ କରନ୍ତୁ। ସର୍ବଦା ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ।
