ଏନଏଲୟୁଓର ଉନ୍ନତ ଭାରତ ଅଭିଯାନ ପକ୍ଷରୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶା(ଏନଏଲୟୁଓ)ର ଉନ୍ନତ ଭାରତ ଅଭିଯାନ ତରଫରୁ ସାନମୁଣ୍ଡଳି କୈବର୍ତ୍ତ ସାହିରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା-ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ସ୍ୱାସ୍ଥ୍ୟ କାର୍ଡର ଉପଯୋଗିତା ବିଷୟରେ ନାଟକ ମଧ୍ୟରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅଭିଯାନରେ ସାମିଲ ଛାତ୍ରଛାତ୍ରୀମାନେ ଲ୍ୟାପଟପରେ ସ୍ୱାସ୍ଥ୍ୟ କାର୍ଡ ନଥିବା ଲୋକମାନଙ୍କର କାର୍ଡ ମାଗଣାରେ ବନାଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କୁ ନିଜର ଆଧାର କାର୍ଡ ସହ ମୋବାଇଲ ନିମ୍ବ ଲିଙ୍କ କରିବାକୁ ସୂଚନା ଦିଆଯାଇଥିଲା । ଯେଉଁମାନଙ୍କର ଅଧାର ଲିଙ୍କ ସଂଯୋଗ ଥିଲା ସେମାନଙ୍କର ମାଗଣାରେ ସ୍ୱାସ୍ଥ୍ୟ କାର୍ଡ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ବହୁ ଲୋକଙ୍କର କାର୍ଡ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନଏଲୟୁଓର ସହକାରୀ ପ୍ରଫେସର ଡ. କୁନ୍ତିରାଣୀ ପ୍ରଧାନ ଓ ଦୁର୍ବାଦଳ ମନ୍ତ୍ରୀ ସଂଚାଳନ କରିଥିଲେ । ଏନଏଲୟୁଓର ଉନ୍ନତ ଭାରତ ଅଭିଯାନ ସହ ସଂଶ୍ଳିଷ୍ଟ ଛାତ୍ରଛାତ୍ରୀ ଅନୁଜ ଶୁକ୍ଳା, ସୟନ୍ତ ପାଠକ, ରୋହନ ପଟ୍ଟନାୟକ, ଅମିତ ଡାଙ୍ଗ, ଆନଭି ଅଗ୍ରୱାଲ, ଆଲୋକ ସିଂ ମୈାର୍ଯ୍ୟ, ବଂଶିକା ବିସେନ, ହିମାଂଶୁ ରାଜରା, ରାୟ କୁସୁମିକା ଓ ସିଦ୍ଧାର୍ଥ ଶଙ୍କର ଆଦି ଛାତ୍ରଛାତ୍ରୀମାନେ ସଂକ୍ରିୟ ଅଂଶ ଗ୍ରହଣ କରିଥିଲେ ।
