୬ରେ ହନୁମାନ ଜୟନ୍ତୀ : ଦଙ୍ଗା ନେଇ ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କୋଲାକାତା : ଆସନ୍ତା ଏପ୍ରିଲ ୬ ତାରିଖରେ ହନୁମାନ ଜୟନ୍ତୀ । ଏହି ଅବସରରେ ଦଙ୍ଗା ହେଇପାରେ। ଏଥିପାଇଁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ପୂର୍ବ ମେଦିନାପୁରର ଖେଜୁରୀରେ ଏକ ବୈଠକରେ ଯୋଗ ଦେଇ ମମତା କହିଛନ୍ତି ଯେ, ପୂରା ଭାରତରେ ରାମନବମୀରେ ଯେଉଁଭଳି ଦଙ୍ଗା ହେଲା ହନୁମାନ ଜୟନ୍ତୀରେ ସେହିପରି ଦଙ୍ଗା କରାଇବାର ଯୋଜନା କରାଯାଇପାରେ। ତେଣୁ ଏପ୍ରିଲ ୬ ତାରିଖରେ ମୁଁ ଆମ ଲୋକମାନଙ୍କୁ ସତର୍କ ରହିବାକୁ କହିବି। ମୁଁ ବଜରଙ୍ଗବଲୀଙ୍କୁ ଭକ୍ତି କରେ । କିନ୍ତୁ ସେମାନେ ହିଂସା କରାଇପାରନ୍ତି ବୋଲି ସେ କହିଛନ୍ତି।
ରାମନବମୀରେ ହୁଗୁଳିର ରିଶ୍ରାରେ ହୋଇଥିବା ହିଂସା ଘଟଣା କଥା ଉଠାଇଥିଲେ ମମତା। ସେମାନେ ବିନା ପରିମିଶନରେ ରାଲି କରିଥିଲେ। ଜାଣିଶୁଣି ସଂଖ୍ୟାଲଘୁଙ୍କ ଏରିଆରେ ଭିତରେ ପଶିଥିଲେ । ଯେଉଁଥିପାଇଁ ଦଙ୍ଗା ହେଲା। ସଂଖ୍ୟାଲଘୁଙ୍କ ପାଇଁ ସେ ଅନେକ କିଛି କରିଛନ୍ତି। ହେଲେ କିଛି ଲୋକ ବିଜେପି ଠାରୁ ଟଙ୍କା ନେଇ ସେମାନଙ୍କୁ ନଷ୍ଟ କରିବାକୁ ଚାହୁଁଛନ୍ତି । ସେହିପରି ମେଦନାପୁରରେ କୌଣସି ହିଂସା ହୁଏନି। ମୁଁ ମୋ ହିନ୍ଦୁ ଭାଇଭଉଣୀମାନଙ୍କୁ ଦାୟିତ୍ୱ ଦେବାକୁ ଚାହୁଁଛି, ଯେମିତି ରମଦାନ ମାସରେ ମୁସ୍ଲମାନଙ୍କ ପ୍ରତି ଅତ୍ୟାଚାର ନ ହେଉ। ପ୍ରତି ଗାଁରେ ମୋ ହିନ୍ଦୁ ଭାଇଭଉଣୀମାନେ ସେମାନଙ୍କୁ ସୁରକ୍ଷା ଦେବେ। ସୋମାନେ ସଂଖ୍ୟାଲଘୁ। ତେଣୁ ସେମାନେ ନ୍ୟାୟ ପାଇବା ଦରକାର ବୋଲି କହିଛନ୍ତି । ସୂଚନା ଯେ, ରାମନବମୀରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଦଙ୍ଗା ଥମିବାର ନାଁ ନେଉ ନାହିଁ। ଗିରଫଦାରୀ, ଚଢ଼ାଉ ସବୁ ଜାରି ରହିଛି।
