ଆସିଲା ଖୁରାସାନ ମାଗାଜିନ୍ର ନୂତନ ସଂସ୍କରଣ, ସାମାଜିକ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ
ନୂଆଦିଲ୍ଳୀ : ଇସଲାମିକ୍ ଷ୍ଟେଟ୍ (ଆଇଏସ) ପକ୍ଷରୁ ଖୁରାସାନ ମାଗାଜିନ୍ର ନୂତନ ସଂସ୍କରଣ ଜାରି । ଏହି ସଂସ୍କରଣରେ ସାମାଜିକ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି । ମୌଲାନା ମହମୁଦ ମଦନୀଙ୍କୁ ମଧ୍ୟ ଏଥିରେ ଟାର୍ଗେଟ କରାଯାଇଛି। ସେହିପରି ଅନେକ ଉସୁକାଇବା ଭଳି ଫଟୋ ଲଗାଯାଇଛି।
ମାଗାଜିନରେ ଲେଖାଯାଇଛି ଯେ, ଆମେ ଭାରତରେ ମୁସଲିମ ଉଲେମାଙ୍କୁ ଏବଂ ବୁଦ୍ଧିଜୀବୀଙ୍କୁ ଆରଏସଏସର ଚରଣ ବନ୍ଦନା କରୁଥିବା ଦେଖି ଶୋକ ମନାଉଛୁ। ଭାରତରେ ମୁସଲିମ୍ଙ୍କ ହକ୍ର ସ୍ବର ଉଠାଇବା ପାଇଁ ହୋଇଥିବା ସଂଗଠନ ଏବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର କାଠ କଣ୍ଢେଇ ହୋଇଯାଇଛନ୍ତି। ମାଗାଜିନରେ ମୌଲାନା ମହମୁଦ ମଦନୀଙ୍କୁ ବିଶ୍ବାସଘାତୀ କୁହାଯାଇଛି।
ଇସଲାମିକ୍ ଷ୍ଟେଟ୍ ଆସାମରେ ହିନ୍ଦୁତ୍ବବାଦୀଙ୍କ ଦ୍ବାରା ମୁସଲିମ୍ ସଂପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନେଇ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏବଂ ଜମୀୟତ ଉଲେମା ଭାରତରେ ମଦନୀ ଗୋଷ୍ଠୀ ବ୍ୟତୀତ ଅସଦୁଦ୍ଦୀନ ଓବେସିଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ମାଗାଜିନ୍ରେ କୋମୀ ଏକତାକୁ ସନ୍ଦେଶ ଦେବା ସହ ଜିହାଦ ସହ ରହିବା ପାଇଁ ଆହ୍ବାନ ମଧ୍ୟ କରାଯାଇଛି।
