ବୈଭବ ଓଡିଶା ଶୀର୍ଷକ କର୍ମଶାଳା
କଟକ : ଇନଟ୍ରିନସିକ୍ ହୋପ୍ ଫାଉଣ୍ଡେସନ ପକ୍ଷରୁକଟକର ଯୋବ୍ରା ନୈାବାଣିଜ୍ୟ ସଂଗ୍ରହାଳୟ ପ୍ରଦର୍ଶନୀ ପ୍ରେକ୍ଷାଳୟରେ ‘ବୈଭବ ଓଡିଶା’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଅଧିବେଶନ ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ ‘ଓଡିଆ ଭାଷା ଓ ସାହିତ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତର ସ୍ଥିତି’ ସଂପର୍କିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଂଜନ ବେହେରା ଯୋଗଦେଇ ଓଡିଆଙ୍କ ବୀରତ୍ୱ କଥା କହିବା ସହ ଓଡିଆମାନେ କିଭଳି ଚିକିତ୍ସା କ୍ଷେତ୍ରରେ ସାରା ବିଶ୍ୱରେ କୃତିତ୍ୱ ହାସଲ କରିଛନ୍ତି ସେନେଇ ନିଜକୁ ଗର୍ବିତ ମନେ କରନ୍ତି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଦୈନିକ ଇଂରାଜୀ ହିନ୍ଦୁ ଖବରକାଗଜର ବରିଷ୍ଠ ସାମ୍ବାଦିକ ପ୍ରଦୀପ ଦାସ ଓଡିଆଙ୍କ ସ୍ୱାଭିମାନ ଓ ଐତିହ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସ୍ମୃତିରଂଜନ ସାହୁ, ଅଧ୍ୟାପକ ବିଶ୍ୱମୋହନ ଜେନା ଯୋଗଦେଇଥିଲା ବେଳେ ଫାଉଣ୍ଡେସନର ପ୍ରତିଷ୍ଠାତା ଅସିତ ସାହୁ ଅତିଥି ପରିଚୟ ଓ ଅଧ୍ୟାପକ ସନ୍ତୋଷ ଭୋଇ ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱାଧୀନୀ ପାତ୍ର ଧନ୍ୟବାଦ ଦେଇଥିଲେ । ସେହିଭଳି ଦ୍ୱିତୀୟ ଅଧିବେଶନରେ ଆତ୍ମନିର୍ଭଶୀଳ ଓ କର୍ମ ନିଯୁକ୍ତି ସଂସ୍ଥାନରେ ମହିଳାମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଶିକ୍ଷାବିତ ତଥା ସଂଗଠନର ସଂପାଦକ ସୁଧୀର କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶର୍ମିଷ୍ଠା ନାଥ, ଶୁଭଶ୍ରୀ ଦାସ, ମୀରା ବେଉରା, ବର୍ଷା ବିଶ୍ୱାଳ, ତନିଷ୍କା ପଣ୍ଡା, ଅମିତାଭ ରାଉତ, ବଳଦେବ ପତି, ବିଭୂଦତ୍ତ ବେହେରା, ରାକେଶ ବେହେରା, ସିପୁନ ଭୁତିଆ ପ୍ରମୁଖ ଯୋଗ ଦେଇଥିଲେ । ଫାଉଣ୍ଡେସନର ସୁଶାନ୍ତ ସାମଲ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ସମାଜର ମଙ୍ଗଳ କାର୍ଯ୍ୟରେ କରିବା ଦିଗରେ ଓ ସଂଗଠନର ମୂଖ ଲକ୍ଷ୍ୟ ପ୍ରତିଟି ଓଡିଆ ସ୍ୱାବଲମ୍ବୀ ଓ ସ୍ୱାଭୀମାନୀ ଏବଂ ଓଡିଶା ମାଟିରେ ଓଡିଆଙ୍କ ରୋଜଗାର ସଂକଳ୍ପକୁ ଶପଥ ପାଠ କରାଇଥିଲେ ।
