ରାହୁଲ ଗାନ୍ଧିଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା
ନୂଆଦିଲ୍ଲୀ : ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ ହୋଇଛି । ଚଳିତ ବର୍ଷ ଜାନୁଆରୀରେ ଭାରତ ଯୋଡ ଯାତ୍ରା ସମୟରେ ଆରଏସସ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ମାନହାନି ମାମଲା ରୁଜୁ ହୋଇଛି । ଉତରପ୍ରଦେଶର ହରିଦ୍ୱାର କୋର୍ଟରେ ଆରଏସଏସ କର୍ମୀ କମଲ ଭଦୌରିଆଙ୍କ ଅଭିଯୋଗ କରିଥିଲେ ଯେ ଗତ ଜାନୁୟାରୀ ୯ ତାରିଖରେ ହରିୟାଣାର ଅମ୍ବାଲାରେ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧି ଏକ ରାଲିକୁ ସମ୍ବୋଧିତ କରି କହିଥିଲେ ଆରଏସଏସ ସଦସ୍ୟମାନେ ଏକବିଂଶ ଶତାବ୍ଦୀର କୌରବ । ସେମାନେ ଖାକି ହାଫ ପ୍ୟାଂଟ ପିନ୍ଧନ୍ତି, ହାତରେ ଲାଠି ଧରନ୍ତି କରନ୍ତି ଏବଂ ସେମାନେ ଶାଖାଧାରୀ । ଭାରତର ୨-୩ ବିଲିୟନଆର୍ସ କୌରବଙ୍କ ସହ ଛିଡ଼ା ହୋଇଛନ୍ତି । ଆସନ୍ତା ଏପ୍ରିଲ ୧୨ରେ ମାମଲାର ଶୁଣାଣି ହେବ ।
