ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ
କେନ୍ଦୁଝର : ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଜିଲ୍ଲାର ଚର୍ଚ୍ଚିତ ସମାଜସେବୀ ସଙ୍ଗଠନ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଚମ୍ପୁଆ ବ୍ଲକ୍ କରଞ୍ଜିଆ ଗ୍ରାମର ଦୁଇ ଅସହାୟ ମା\’ବାପ ଛେଉଣ୍ଡ କୁନି ଝିଅଙ୍କୁ ନିକଟରେ ମୃତ୍ୟୁୟବରଣ କରିଥିବା ତାଙ୍କ ମା\’ଙ୍କ ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦିଆଯାଇଛି । ଖବରକାଗଜ ପୃଷ୍ଠାରେ ସ୍ଥାନିତ ହୋଇଥିବା ଏହି କରଞ୍ଜିଆ ଅଂଚଳର ଦୁଇ ଆଦିବାସୀ ଅନାଥ ଝିଅଙ୍କ ବିଷୟରେ ଅବଗତ ହେବା ପରେ ବିଶିଷ୍ଟ ସମାଜସେବୀ ସଞ୍ଜୀବ କୁମାର ସାହୁ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ର ସହାୟତା ଲୋଡ଼ିଥିଲେ । ଏନେଇ ସ୍ଥାନୀୟ କରଞ୍ଜିଆ ଗ୍ରାମର ଯୁବ ସମାଜସେବୀ ତଥା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ର ସଦସ୍ୟ ଡୋରା ମହାନ୍ତ ଏବଂ ରତିକାନ୍ତ ନାୟକଙ୍କୁ ଯୋଗାଯୋଗ କରି ତାଙ୍କ ସୂଚନା ଆଧାରରେ ଆଜି ସେହି ମୃତକଙ୍କ ଏକାଦଶାହ କାର୍ଯ୍ୟ ଥିବା ଜାଣି ତୁରନ୍ତ ଟ୍ରଷ୍ଟର ଆବାହକ ଯୁଧିଷ୍ଠିର ମହାନ୍ତ ବିଦ୍ୟାଧର ମହାନ୍ତ ଚନ୍ଦ୍ରଶେଣ ମହାନ୍ତ ପୁଷ୍ପ କୁମାର ମହାନ୍ତ, ଯୋଗେଶ୍ୱର ମହାନ୍ତ, ମହିଳା ସଦସ୍ୟ ରଞ୍ଜିତା ସୋରେନ୍, ପ୍ରୀୟଙ୍କା ରାଣା ଏବଂ କରଞ୍ଜିଆ ଅଂଚଳର ଜଣାଶୁଣା ଯୁବ ସହଯୋଗୀ ପଙ୍କଜ ମହାନ୍ତ, ବାହାଦୁର ପାଲ, ଜଗା ମହାନ୍ତ , ଅଭିଷେକ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏନେଇ ଗ୍ରାମବାସୀମାନେ ଲାଇଫ ସେଭର୍ସ ଗୃପ ଟ୍ରଷ୍ଟ ର ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
