ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟକୁ ପରିଦର୍ଶନ କଲେ ହାଇସ୍କୁଲ ଛାତ୍ରୀ
କେନ୍ଦୁଝର : ରାଜ୍ୟ ସରକାର ଙ୍କ ଦକ୍ଷତା ବିକାଶ ଓ ବୈଷିୟିକ ଶିକ୍ଷା ବିଭାଗର ମାର୍ଗଦର୍ଶନ ଅନୁସାରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଓଡିଶାଖଣି ଯାନ୍ତ୍ରିକ ବିଦ୍ୟାଳୟକୁ ପରି ଦର୍ଶନ କରି ବୈଷିୟ ଶିକ୍ଷାର ଚାହିଦା ସଂମ୍ପର୍କରେ ଅବଗତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ୨୧ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୧୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ୫୦ରୁ ୬୦ଜଣ ଜଣ ଛାତ୍ରୀ ବୁଲିବାକୁ ଆସିଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରର ଆର୍ôଥକ ସହାୟତାରେ ଛାତ୍ରୀମାନଙ୍କୁ ସକାଳ ଖାଦ୍ୟ ଏବଂ ମଧ୍ୟାନ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଛାତ୍ରୀମାନେ ଅନୁଷ୍ଠାନ ଲାଇବ୍ରେରୀ,କର୍ମଶାଳା,କମ୍ପୁଟରକେନ୍ଦ୍ର ବୁଲି ଦେଖି ବିଭିନ୍ନ ପ୍ରଶ୍ନ ପ୍ରଚାରିଥିଲେ । ଏଥିରେ ୬୦ରୁ ୮୦ ପ୍ରତିଶତ ଛାତ୍ରୀ ଡିପ୍ଲମା ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରି ସ୍ୱାବଲମ୍ବୀ ହେବାର ଲକ୍ଷ ରଖିଛନ୍ତି । କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଜ୍ଞାନରଞ୍ଜନ ରାୟ ଙ୍କ ନିଦେର୍ଶକ୍ରମେ ବରିଷ୍ଠ ଅଧ୍ୟାପକ ଶ୍ରୀ ପାର୍ଥସାରଥୀ ଦାଶ,ଶ୍ରୀରାଜିବ ବଳ,ଘନଶ୍ୟାମ ଦୁରିଆ ପ୍ରମୁଖ ପରିଚାଳନା କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତା ମାନଙ୍କ ସହଯୋଗରେ ୫୨୪ଜଣ ଛାତ୍ରୀ ଏହି ପରିଦର୍ଶନରେ ଭାଗନେଇଥିଲେ ।
