ଇମାମୀ ପେପର ମିଲସ୍ ଲିମିଟେଡ୍କୁ କଳିଙ୍ଗ ସିଏସ୍ଆର ପୁରସ୍କାର
ବାଲେଶ୍ୱର : ବାଲେଶ୍ୱର ବାଲଗୋପାଳପୁର ସ୍ଥିତ ଇମାମୀ ପେପର ମିଲସ୍ ଲିମିଟେଡ୍କୁ ସିଏସ୍ଆର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କଳିଙ୍ଗ ସିଏସ୍ଆର ପୁରସ୍କାର ପ୍ରଦାନ ।
ଆଇକ୍ୟୁଇଏମ୍ଏସ୍, ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜ୍ ଏବଂ ଓଡ଼ିଶା ରାଜ୍ୟ ଉତ୍ପାଦିକତା ପରିଷଦର ମିଳିତ ଆନୁକୂଲ୍ୟରେ ୭ମ ଜାତୀୟ ଆଲୋଚନାଚକ୍ର ସାମାଜିକ ଦାୟିତ୍ୱବୋଧ ପ୍ରୟାସ-୨୦୨୩ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିବା ବେଳେ ଓଡ଼ିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେରକପ୍, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡ଼ମିନିଷ୍ଟ୍ରେସନ୍ ଓଡ଼ିଶା ଶାଖାର ଅଧ୍ୟକ୍ଷ ଡ. ଅରୁଣ ରଥ, ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ପିକେ ମହାନ୍ତି ଏବଂ ସିୱାଇଏସ୍ଡି ମାର୍ଗଦର୍ଶକ ଜଗଦାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ଦାୟିତ୍ୱବୋଧ ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାମାଜିକ ଦାୟିତ୍ୱବୋଧ ପ୍ରୟାସ କ୍ଷେତ୍ରରେ ପ୍ରୟାସ ନିମନ୍ତେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଇମାମୀ ପେପର ମିଲସ୍ ଲିମିଟେଡ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲାବେଳେ ଇମାମୀ ପକ୍ଷରୁ ମାନବସମ୍ବଳ ବିଭାଗ ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ି ଯୋଗଦେଇ କଳିଙ୍ଗ ସିଏସ୍ଆର-୨୩ ପୁରସ୍କାର ଗ୍ରହଣ କରିଥିବା ଜଣାପଡ଼ିଛି ।
