୮୦ ହଜାର ଟଙ୍କା ଲାଂଚ ନେଇ ବନ୍ଧା ହେଲେ ସି.ଟି. ଆଣ୍ଡ ଜିଏସଟି ଅଧିକାରୀ
କଟକ : ସିଟି ଓ ଜିଏସଟି ମାମଲାରେ ମୁକୁଳାଇବା ଓ ଜବତ କାଗଜପତ୍ର ଫେରାଇବା ପାଇଁ ୮୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ପାରାଦୀପ ଏନଫୋର୍ସମେଣ୍ଟ ୟୁନିଟର ସିଟି ଆଣ୍ଡ ଜିଏସଟି ଅଫିସର ଚିତ୍ତରଂଜନ ମହାନ୍ତିଙ୍କୁ କଟକ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି । ୮୦ ହଜାର ଲାଂଚ ଟଙ୍କା ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କଠାରୁ ଜବତ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଭିଜଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ତାଙ୍କର ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଜାରି ରହିଛି ।
