ଷୋଳପୁଅ ମା’ ମନ୍ଦିରର ବାର୍ଷିକୋତ୍ସବ
କଟକ : ଉତ୍କଳ ପ୍ରାନ୍ତୀୟ ମଧ୍ୟଦେଶୀୟ ସମାଜ ପକ୍ଷରୁ କଲେଜଛକ ସ୍ଥିତ ପିଲିଗ୍ରୀମ ରୋଡ ଠାରେ ସ୍ଥାପିତ ଷୋଳପୁଅ ମା’ ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୂଜା ସମସ୍ତ ପାରମ୍ପରିକ ରିତିନୀତି ଅନୁଯାଇ ହୋଇଯାଇଛି । ପ୍ରାରମ୍ଭରେ ମନ୍ଦିରରେ ହୋମ ଯଜ୍ଞ ଓ ପୂର୍ଣ୍ଣାହୁତି ହେବା ସହ ମା’ଙ୍କ ପଣା ହାଣ୍ଡି ସାହି ପରିକ୍ରମା କରି ଯୋବ୍ରା ସ୍ଥିତ ତତ୍ୱବଟ ମୂଳକୁ ଯାଇଥିଲା । ବହୁ ସଂଖ୍ୟାରେ ଭକ୍ତମାନେ ଏଠାରେ ଯୋଗଦେଇ ପ୍ରସାଦ ସେବନ କରଥିଲେ । ଏହି ଉତ୍ସବରେ ପୂଜା କମିଟିର ଅଧ୍ୟକ୍ଷ ରାମ ଲାଲ ରାମ, ସଭାପତି ସଞ୍ଜୟ କୁମାର ଠାକୁର, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ରାମ, ଉପସଭାପତି ବିଜୟ ଲାଲ ରାମ, ମୁକେଶ କୁମାର ସାଓ, ଗୋବିନ୍ଦ ସାଓ, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ରାମ, କାର୍ଯ୍ୟକାରୀ ସମ୍ପାଦକ ରଘୁନାଥ ରାମ, କୋଷାଧ୍ୟକ୍ଷ ଅଶୋକ କୁମାର ଗୁପ୍ତା, ଅମରନାଥ ଗୁପ୍ତା, ବୁଦ୍ଧେଶ୍ୱର ଯାଦବ, କୌଶଲ କୁମାର ଗୁପ୍ତା, ରବିନ୍ଦ୍ର ସାଓ, କେଦାରନାଥ ସାଓ, କାର୍ତିକ ପ୍ରସାଦ, ଅଶୋକ କୁମାର ରାମ, ସନ୍ତୋଷ କୁମାର ଗୁପ୍ତାଙ୍କ ସମେତ ବହୁ ସଂଖ୍ୟାରେ ମୁରବୀ ଓ ମହିଳାମାନେ ଉପସ୍ଥିତ ଥିଲେ ।
