ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ଲଙ୍ଗଳେଶ୍ୱର : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗ୍ରାମରେ ସାର୍ବଜନୀନ ଦୋଳ ମହୋତ୍ସବ ଅବସରରେ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ ବାଲେଶ୍ୱର ଜିଲା କଳାକାର ସଙ୍ଘର ସମ୍ପାଦକ ପ୍ରଫୁଲ କୁମାର ଘୋଷ ଯୋଗଦେଇ ଆଜିର ଶିଶୁ କାଲିର ଭବିଷ୍ୟତ । ସମସ୍ତ ଶିଶୁଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣ ଲୁଚି ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲା କଳାକାର ସଙ୍ଘର ବାଳିଆପାଟି ଶାଖାର ସଭାପତି ବିଜୟ କୁମାର ଜେନା, ଯୁବନେତା ପ୍ରଦୀପ କୁମାର ବିଶ୍ୱାଳ, ହୋଲି କମିଟିର ସଭାପତି ରବିନ୍ଦ୍ର ନାଥ ଦେ, ବଙ୍ଗାଲି ଚରଣ ଭକ୍ତା, ଅନିରୁଦ୍ଧ ଜେନା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବା ପରେ କୃତୀ ପ୍ରୋତିଯୋଗୀମାନଙ୍କୁ ପୁରଷ୍କାର ବିତରଣ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଜୟ ହାଜିରା, ବିରେନ ମଣ୍ଡଳ, କୂଶଧ୍ୱଜ ଭୂୟାଁ, ସନ୍ତୋଷ ବେହେରା, ଗୋପାଳ ଘଡ଼ାଇ, ଗୋବିନ୍ଦ ସାମନ୍ତ, ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
