ପଣ୍ଡିତ ରଘୁନାଥ ମୁର୍ମୁ ୫-ଟି ଅନୁଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ
ଲଙ୍ଗଳେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତ ଅନ୍ତର୍ଗତ ଡେମୁରିଆ ଗ୍ରାମରେ ରଘୁନାଥ ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପ୍ରିୟନାଥ ମୁର୍ମୁଙ୍କ ସଭାପତିତ୍ୱରେ ରଘୁନାଥ ମୁର୍ମୁ ୫-ଟି ଅନୁଶିକ୍ଷଣ କେନ୍ଦ୍ରକୁ ମୁଖ୍ୟ ଅତିଥି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ପୂର୍ବତନ ଜିଲାପରିଷଦ ରବୀନ୍ଦ୍ର ଅଣ୍ଡିଆ ଯୋଗଦେଇ ଗ୍ରାମାଞ୍ଚଳର ଏଭଳି ଅନୁଶିକ୍ଷଣ କେନ୍ଦ୍ର ଖୋଲାଯିବା ଦ୍ୱାରା ବହୁ ଗରିବ ଆଦିବାସୀ ପିଲାମାନେ ଯେଉଁମାନେ ଟଙ୍କା ଅଭାବରୁ ଶିକ୍ଷା ପାଇବାରୁ ବଞ୍ôଚତ ହେଉଛନ୍ତି । ସେମାନେ ଏହି କେନ୍ଦ୍ରରେ ମାଗଣାରେ ପାଠ ପଢ଼ି ପାରିବେ । ଏଭଳି ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ । ସମ୍ମାନିତ ଅତିଥି ଭାବେ ଘଣ୍ଟୁଆ ସରପଞ୍ଚ ସୁନୀଲ ପ୍ରଧାନ, ବାଲିଆପାଳ ସରପଞ୍ଚ ହେମନ୍ତ ଦାସ, ବଣିଆଡ଼ିହା ସମିତିସଭ୍ୟ କଟି ମାରାଣ୍ଡି, ପୂର୍ବତନ ଜିଲାପରିଷଦ ହରଗୋପାଳ ସିଂହ, ମୃତ୍ୟୁଞ୍ଜୟ ନାଏକ, ଲମ୍ବୋଦର ମାହାନା, ଭଗବାନ ଗିରି, ଚନ୍ଦନ ଜେନା, ରାଜକିଶୋର ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ରାମକୃଷ୍ଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
