ବିଜୁ ଜୟନ୍ତୀରେ ଫଳ ବାଣ୍ଟିଲେ କର୍ପୋରେଟର ପ୍ରିୟମ୍ବଦା
କଟକ : ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଉପଲକ୍ଷେ ମର୍କତନଗରସ୍ଥିତ ୭ନଂ ସେକ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ନମ୍ବର ୱାର୍ଡ କର୍ପୋରେଟର ପ୍ରିୟମ୍ବଦା ସ୍ୱାଇଁଙ୍କ ନେତୃତ୍ୱରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଦିପ୍ତୀମୟୀ ମୁଳିଆ, ୭ ନଂ କର୍ପୋରେଟର ମମତା ନାୟକ, ୱାର୍ଡ ସଭାପତି କେଦାରନାଥ ମିଶ୍ର, ବରିଷ୍ଠ ନାଗରିକ ରବୀନ୍ଦ୍ରନାଥ ପଣ୍ଡା, ବିପ୍ରଚରଣ ଦାସଙ୍କ ସମେତ ସ୍ଥାନୀୟ ମହିଳା ଗୋଷ୍ଠୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।
