୩୨ ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ୍ କ୍ୟାମ୍ପ ଉଦଯାପିତ
କେନ୍ଦୁଝର : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ୍ କ୍ୟାମ୍ପ ରବିବାରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଃସ୍ୱାର୍ଥପର ଭାବେ ସେବା କରିବାକୁ ଜୁନିଅରସ୍ ମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ରେଡକ୍ରସ୍ ଯୁଗ୍ମ ସମ୍ପାଦକ ଏ.ଆ.ର୍ଖାନ୍ ଜୁନିଅରସ୍ ମାନଙ୍କୁ ସାହାସୀ ହେବାକୁ ଉପଦେଶ ଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଡମ୍ବରୁଧର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ତିନିଦିନ ବ୍ୟାପୀ ଅନୁଷ୍ଠିତ ଶିବିରରେ ୪୫୦ଜଣ ଜୁନିଅରସ୍ ଓ ୧୦୦ଜଣ କାଉନସେଲର ଯୋଗଦାନ କରିଥିଲେ । ଏହି ଶିବିରରେ ଯୋଗ, ସ୍ୱର୍ଧର୍ମ ପ୍ରାର୍ଥନା,ରେଡକ୍ରସ୍ ଇତିହାସ,ପ୍ରାଥମିକ ଉପଚାର, ସଡ଼କ ସୁରକ୍ଷା,ଅଗ୍ନି ନିରାପତା,ପାଣିପାଗ ପରିବର୍ତନ,ରକ୍ତ ଦାନ ଆଦି ସମ୍ବନ୍ଧ ରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହା ସହିତ ପ୍ରବନ୍ଧ,ବକ୍ତୃତା,ସାଧାରଣ ଜ୍ଞାନ,ସଙ୍ଗୀତ,ଲୋକନୃତ୍ୟ ଆଦି ପ୍ରତିଯୋଗିତା ରେ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।କ୍ୟାମ୍ପ ପରିଚାଳନା ରେ ଜୁନିଅର ରେଡକ୍ରସ ଅଫିସର ପ୍ରଶାନ୍ତ କୁମାର ପରିଡ଼ା,ସାଧନ କର୍ମୀ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ,କାର୍ତିକଚନ୍ଦ୍ର ଶତପଥୀ,ଭୀମସେନ ମହାନ୍ତ, ପ୍ରଦୀପ ବାରିକ,ରଞ୍ଜନ ମହାନ୍ତ, ସୁଶୀଲ ନାୟକ,ଲମ୍ବୋଦର ମହାନ୍ତ,ଗୁରୁଦେବ ମହାନ୍ତ,ସୁରେଶ ନାୟକ,ବିଜୟ କୁମାର ବେହେରା, ଅଜ୍ଞାନ ଚାନ୍ଦ,ଉର୍ମିଳା ଦେଈ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
