ଲୋକସେବା ଦିବସକୁ ଆସିଲେନି ଲୋକପ୍ରତିନିଧି
କେନ୍ଦୁଝର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀକୁ ଲୋକସେବା ଦିବସ ଭାବେ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ଏଥିନେଇ ସରକାର ଘୋଷଣା କରିବା ପରେ କେନ୍ଦୁଝର ସଦର ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯକ୍ରମକୁ ଆଡମ୍ବର ସହକାରେ ପାଳନ ପାଇଁ ଉଦ୍ୟମ ହୋଇଥିଲା । ରବିବାର ସକାଳୁ ଚଳଚଂଚଳ ଥିଲା ବ୍ଲକ କାର୍ଯ୍ୟାଳୟ । ମାତ୍ର ବହୁ ଲୋକ ପ୍ରତିନିଧି ସଭାରେ ଅନୁପସ୍ଥିତ ରହିଥିଲେ । ୨୫ ପଂଚାୟତ ମଧ୍ୟରୁ ମାତ୍ର ୩ଟି ପଂଚାୟତର ସରପଂଚ ଉପସ୍ଥିତ ଥିଲେ । ତେବେ ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନେ କାର୍ଯ୍ୟକ୍ରମ ରେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଅନୁପସ୍ଥିତି ପଛରେ କାରଣ କଣ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚାକିତ କରିଥିଲା ।
