୧୭ ନଂ ୱାର୍ଡରେ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର
କଟକ : କଟକ ମହାନଗର ନିଗମ(ସିଏମସି) ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଗାନ୍ଧି ବିଦ୍ୟାପୀଠ ପ୍ରାଥମିକ ସ୍କୁଲ ପ୍ରାଙ୍ଗଣରେ ଏକ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭, ୧୮, ୨୦, ୨୧ ଓ ୨୩ ନମ୍ବର ୱାର୍ଡର ୧୭ଟି ବସ୍ତିବାସିନ୍ଦା ସଂଘ ଓ ମହିଳା ଗୋଷ୍ଠୀର ବହୁ ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ । ୧୭ ନଂ ୱାର୍ଡ ଗୋଷ୍ଠୀ ସଂଗଠିକା ସଂଗୀତା ପ୍ରିୟଦର୍ଶିନୀ ଲେଙ୍କା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସିଏମସି ଅଗ୍ନି ନିରାପତ୍ତା ପ୍ରକଳ୍ପ ସଂଯୋଜକ ଶ୍ରୀନିବାସ ପଣ୍ଡା ଏହି ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଅଗ୍ନିଶମ ଅଧିକାରୀ ସଂଜୀବ ବେହେରା ଓ କର୍ମଚାରୀମାନେ ଅଗ୍ନି ନିରାପତ୍ତା ଉପରେ ତାଲିମ ଦେଇଥିଲେ । ଏସଜି ଫାଉଣ୍ଡେସନ ପ୍ରକଳ୍ପ ପରିଚାଳକ ପ୍ରଦୀପ୍ତ ମହାନ୍ତି , ଗୋଷ୍ଠୀ ସଂଗଠିକା ସୁନିତା ମହାପାତ୍ର, ସୂଚୀସ୍ମିତା ଶତପଥୀ, ସାମାଜିକ କର୍ମୀ ରାହୁଲ ଉକ୍ତ ପ୍ରଶିକ୍ଷଣ ଶିବିରରେ ସହଯୋଗ କରିଥିଲେ । ଏହି ଶିବିରରେ କର୍ପୋରେଟର ଏ ଶ୍ରୀଦେବୀ, ଅରୁନ୍ଧତି କର ଉପସ୍ଥିତ ରହି ସମସ୍ତ ବସ୍ତିବାସିନ୍ଦା ସଂଘର ସଦସ୍ୟ ସଦସ୍ୟା ନିଜେ କିପରି ସୁରକ୍ଷିତ ରହିବେ ଓ ଅନ୍ୟକୁ ସୁରକ୍ଷା ପ୍ରଦାନ କରିବେ ସେ ବିଷୟରେ ବୁଝାଇବା ସହ ଏହି ପ୍ରକାର କାର୍ଯ୍ୟକ୍ରମକୁ ନିଜ ୱାର୍ଡରେ ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ ।
