ଦିଲ୍ଲିପ ଦାସ ହେଲେ ଓୟୁଡବ୍ଲ୍ୟୁଜେ ଜିଲ୍ଲା ସଭାପତି
କଟକ : ମାସିକ ଇଂରାଜୀ ସମ୍ବାଦପତ୍ର ୱାଲର୍ଡ ୱାଚ୍ ଓ ସାହିତ୍ୟ ପତ୍ରିକା ପ୍ରତିଭା ଦର୍ପଣର ସଂପାଦକ ଦିଲ୍ଲିପ ଦାସ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ(ଓୟୁଡବ୍ଲ୍ୟୁଜେ)ର କଟକ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ଦାସ ପୂର୍ବରୁ ବିଭିନ୍ନ ଓଡିଆ ସମ୍ବାଦପତ୍ରରେ କାର୍ଯ୍ୟ କରିବା ସହିତ ନିଜସ୍ୱ ଭାବେ ଏହି ଦୁଇଟି ସମ୍ବାଦପତ୍ର ପ୍ରକାଶ କରି ରାଜ୍ୟ ଓ ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଥିଲେ । ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓୟୁଡବ୍ଲ୍ୟୁଜେର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସଭାପତି ସଂଜୟ ଦାସ ତାଙ୍କୁ କଟକ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ଅର୍ପଣ କରିଛନ୍ତି ।
