ତିହିଡ଼ି ବ୍ଲକରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ତିହିଡ଼ି : ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ ବୁଧବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସାଂସଦ ଶ୍ରୀମତୀ ମଣ୍ଡଳ ନୂଆନନ୍ଦ ପଞ୍ଚାୟତ ଅଧୀନ ହାଟୁଆରୀ ଗ୍ରାମର ଜଗନ୍ନାଥ ଜୀଉ କମ୍ୟୁନିଟି ସେଣ୍ଟର, ପାଳିଆବିନ୍ଧା ପଞ୍ଚାୟତର ବିଶ୍ୱାଳସାହିରେ ରଘୁନାଥ ଜୀଉ ମନ୍ଦିର, ପାଳିଆରେ ପୀରବାବା ମସ୍ଜିଦ କମ୍ୟୁନିଟ ସେଣ୍ଟର, ବିରଂଚିନାରାୟଣ ଉଚ୍ଚ ପ୍ରାଥମିକ ସ୍କୁଲ ଗୃହ, ଦୋଳସାହି ପଞ୍ଚାୟତର ଅଲୀନଗର ଠାରେ ମସଜିଦ୍ କମ୍ୟୁନିଟ ସେଣ୍ଟର, ବୁଡ଼ଙ୍ଗ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖ ଉନ୍ନତୀକରଣ, ବୋଡ଼କ ପଞ୍ଚାୟତ ଖଳାଗଡ଼ିଆ ହନୁମାନ କମ୍ୟୁନିଟି ସେଣ୍ଟର, ଖରଦା ପାଟଣା ମହାଦେବ ମନ୍ଦିର କମ୍ୟୁନିଟ ସେଣ୍ଟର ଆଦିର ଶିଳନ୍ୟାସ କରିଥିବା ଜଣାଯାଇଛି । ଏହି ଶିଳାନ୍ୟାସ ଅବସରରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟ ସୁଶ୍ରୀ ବିଦ୍ୟୁତଲତା ନାୟକ, ରୁଜାତା ପଣ୍ଡା, ସରପଞ୍ଚ ଯଶୋଦା ମଲିକ, ଗୌରୀଶଙ୍କର ଜେନା, ସୁବାସିନୀ ଜେନା, ସମିତିସଭ୍ୟ ଚିନ୍ତାମଣି ଦାସ, ଜୀବନଜ୍ୟୋତି ପଲେଇ, ଜୟପ୍ରକାଶ ମଲିକ, ବିଜେଡି ନେତା ବସନ୍ତ ନାୟକ, ପ୍ରଦୀପ କୁମାର ପଣ୍ଡା, ମାନସ କୁମାର ପାଠୀ, ସୁଧନ୍ୱା ନାୟକ, ଦାଶରଥି ମହାପାତ୍ର, ନକୁଳ ଚନ୍ଦ୍ର ଭଟ୍ଟରାୟ, ସତ୍ୟବ୍ରତ ନାୟକ, ଶଶଧର ସାମଲ, ଶଙ୍କର୍ଷଣ ଦାସ, ବିଷ୍ଣୁ ଚରଣ ଜେନା, ଦୁଷ୍ମନ୍ତ ନାୟକ, ପ୍ରଫୁଲ୍ଲ ଦାସ, ଚିତ୍ତରଂଜନ ଦୀକ୍ଷିତ, ଅମୀୟ ରଂଜନ ମଲ୍ଲିକ, ଭରତ ସାହୁ, ସରୋଜ ଦାସ, ସେକ୍ ଇସଲାମ, ସୟଦ ରାଜୁ ସାହା, ସୟଦ ସାଜିଦ ସାହା, ମଣ୍ଟୁ ସାହା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
