ଫକ୍ସକନ୍ ର ଚେୟାରମ୍ୟାନଙ୍କ ସହିତ ସାକ୍ଷତ କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହୋନ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ର ଚେୟାରମ୍ୟାନ୍ ଶ୍ରୀ ୟଙ୍ଗ ଲିୟୁଙ୍କ ସହିତ ସାକ୍ଷାତ କରିଛନ୍ତି । ସେମାନେ ଭାରତର ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଇକୋ-ସିଷ୍ଟମକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ହୋନ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ଙ୍କ ଏକ ଟୁଇଟର ଉତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଶ୍ରୀ ୟଙ୍ଗ ଲିୟୁଙ୍କ ସହ ସାକ୍ଷାତ ବହୁତ ଭଲ ରହିଥିଲା । ଆମର ଆଲୋଚନାରେ ଭାରତର ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ବିଷୟ ସାମିଲ୍ ରହିଥିଲା ।’’
