ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ବୈଠକ ସମାଲଖାରେ କାର୍ଯ୍ୟ ବିସ୍ତାର ନେଇ ଚିନ୍ତନ ମନନ ହେବ : ସୁନୀଲ ଆମ୍ବେକର
ନାଗପୁର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାର ବୈଠକ ହରିଆଣାର ପାନିପତ ଜିଲ୍ଲାରେ ସମାଲଖାରେ ଠାରେ ଆଗାମୀ ୧୨ରୁ ୧୪ ମାର୍ଚ ଯାଏ ଅନୁଷ୍ଠିତ ହେବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପ୍ରତିନିଧି ସଭା ବୈଠକରେ କାର୍ଯ୍ୟକର୍ତା ନିର୍ମାଣ, ପ୍ରଶିକ୍ଷଣ ଓ କାର୍ଯ୍ୟ ବିସ୍ତାର ତଥା ସଂଘର ପ୍ରତିଷ୍ଠା ହେବାର ଶହେ ବର୍ଷ ପୂର୍ତି ପାଇଁ କାର୍ଯ୍ୟ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ । ଶ୍ରୀ ଆମ୍ବେକର ଟ୍ୱିଟରରେ ଏହି ସୂଚନା ଦେଇ କହିଛନ୍ତି ଯେ ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ସରସଂଘଚାଳକ ଡ. ମୋହନ ଭାଗବତ, ସର କାର୍ଯ୍ୟବାହ ଦତାତ୍ରେୟ ହୋସବୋଲେ, ସମସ୍ତ ସହ ସର କାର୍ଯ୍ୟବାହ, ଅଖିଳ ଭାରତୀୟ କାର୍ଯକାରିଣୀ, କ୍ଷେତ୍ର ଓ ପ୍ରାନ୍ତ କାର୍ଯକାରିଣୀ, ସଂଘର ନିର୍ବାଚିତ ଅଖିଳ ଭାରତୀୟ ପ୍ରତିନିଧି, ସମସ୍ତ ବିଭାଗ ପ୍ରଚାରକ, ବିବିଧ ସଂଗଠନର ନିମନ୍ତ୍ରିତ କାର୍ଯ୍ୟକର୍ତା ମାନେ ଯୋଗ ଦେବେ । ସାରା ଦେଶରୁ ଏହି ବୈଠକରେ ମୋଟ ୧୪ ଶହରୁ ଉର୍ଧ କାର୍ଯକର୍ତା ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି ।
