ଦେଶୀ ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ
ଜୟପୁର : ଦେଶୀ ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ୨ ଜଣକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ନିଳାଗୁଡାର କୈଳାସ ଭୁଇଁସା ଓ ସୌରାଗୁଡାର ତୁଳସା ନାଗ । ଅବକାରୀ ବିଭାଗ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡାର କୈଳାସ ଭୁଇଁସା ଏକ ବାଇକରେ ଦେଶି ମଦ ଧରି ଜୟପୁର ସହର ଆସୁଥିବା ବେଳେ ଜୟନଗର ଠାରେ ଜୟପୁର ଅବକାରି ବିଭାଗ ଚଢାଉ କରି ୧୦ ଲିଟର ଦେଶି ମଦ ଓ ବାଇକୁ ଜବତ କରିଛି । ସେହିପରି ସୌରାଗୁଡାର ଜଣେ ମହିଳା ଦେଶି ମଦ ଧରି ଆସୁଥିବା ବେଳେ ଅବକାରି ବିଭାଗ ଚଢାଉ କରି ୧୦ ଲିଟର ଦେଶି ମଦ ଜବତ କରିଛି । ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।
