ନିଳାଗୁଡା ଜଙ୍ଗଲରେ ଅବକାରୀ ଚଢାଉ
ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଅବକାରୀ ଚଢାଉ ହୋଇଛି । ଚଢାଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ବହୁ ମଦ ଭାଟି ଭାଙ୍ଗିବା ସହ ୧୧ ଶହ ଲିଟର ପୋଚ , ୬୦ ଲିଟର ଦେଶି ମଦକୁ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ । ଘଟଣା ସ୍ଥଳରୁ ମଦ ରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଥିବା ଅବକାରୀ ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।
