ଦଶପଲ୍ଲା : ନୂତନ ଜଙ୍ଗଲ ସ୍ରୁଷ୍ଟି ପାଇଁ ବନୀକରଣ ନିମନ୍ତେ ଲକ୍ଷ-ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟ ପକ୍ଷରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ଯ ଅର୍ଥ ପ୍ରତିବର୍ଷ ଖର୍ଚ୍ଚ ହେଉଛି। ମାତ୍ର ସଚେତନତାର ଅଭାବ ଅଥବା ସବୁ ଜାଣି ଜଙ୍ଗଲ ଯାତ ଦ୍ରବ୍ଯ ସଂଗ୍ରହ ଆଶାରେ କ୍ରୁତ୍ରିମ ନିଆଁକୁ ରୋକିବା ସହଯ ମନେ ହେଉନାହିଁ। ଚଳିତ ବର୍ଷ ଫେବୃଆରୀରୁ ଦଶପଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ବନବିଭାଗକୁ ନାକେଦମ୍ କରିଦେଲାଣି।ସୋମବାର ଦିନ ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ସାକେଣୀ ସେକ୍ସନର ପୋଖରୀେଗାଛା କମ୍ପାଣ୍ଟେମଣ୍ଟ–୬ର ବିଜୟନଗର ଜଙ୍ଗଲରେ ନିଆଁ ଲାଗିଛି। ବନପାଳ କୈଳାସ ପ୍ରଧାନଙ୍କ ସମେତ ବନରକ୍ଷୀ ଏବଂ ସ୍କ୍ବାର୍ଡ ପକ୍ଷରୁ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରାଯାଉଛି। ଏଥିପୂର୍ବରୁ ଏକାଧିକ ସ୍ଥାନରେ ନିଆଁକୁ ବନବିଭାଗ ଓ ଦମକଳବାହନି ଆୟତ୍ତ କଲେଣି।
Post Views: 42,296