ବ୍ରହ୍ମପୁର ପୋଲିସ ଜିଲ୍ଲାର ତିନୋଟି ଥାନା ଅଂଚଳରୁ ଚୋରି ମାମଲା ୨୬୫ ଗ୍ରାମ୍ ସୁନା, ୩୫୦.୭ ଗ୍ରାମ୍ ରୂପା ଅଳଙ୍କାର ଜବତ : ତିନି ଗିରଫ
ଗଞ୍ଜାମ : ବ୍ରହ୍ମପୁର ପୋଲିସ ଜିଲ୍ଲାର ତିନୋଟି ଥାନା ଅଂଚଳରେ ଚୋରି ହୋଇଥିବା ସୁନା ଅଳଙ୍କାର ସହ ଚୋର ମାନଙ୍କୁ ପୋଲିସ ଗିରଫ କରିଛି । ନିମଖଣ୍ଡି ଥାନାରେ ଗୋଟିଏ, ଗୋଳନ୍ଥରା ଥାନାରେ ଦୁଇଟି ଏବଂ ବ୍ରହ୍ମପୁର ବଡ଼ବଜାର ଥାନା ଅଂଚଳରେ ଗୋଟିଏ, ଏହିପରି ମୋଟ୍ ୪ଟି ସ୍ଥାନରୁ ଚୋରି ଘଟଣାର ତଦନ୍ତ କରି ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୬୫ ଗ୍ରାମ୍ ସୁନା ଅଳଙ୍କାର ଏବଂ ୩୫୦.୭ ଗ୍ରାମ୍ ରୂପା ଅଳଙ୍କାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିପଡ଼ା ଗ୍ରାମର ଏ. ସନ୍ତୋଷ, ଟି. ଭଜ ଏବଂ ଟି. ଦିଲ୍ଲୀପ । ଏମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ।
