ନାବାଳକ ହାତରେ ହାଇସ୍ପିଡ୍ ବାଇକ୍, ବଢୁଛି ଦୁର୍ଘଟଣା, ନାହିଁ ପ୍ରଶାସନର ଅଂକୁଶ
ଦଶପଲ୍ଲା : ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କେତେ ଯେ ଆଇନ୍ କାନୁନ୍ କରାଯାଇଛି ତାହା ଗଣିବା କଷ୍ଟକର l ହେଲମେଟ ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ୍ ଠୁ ଆରମ୍ଭ କରି ଇନସ୍ୟୁରାନ୍ସ ପାଇଁ ଅନେକ୍ ସମୟରେ ବାଟରେ ଘାଟରେ ମୋଟା ଅଂକର ତଣ୍ଡ ଗଣିବାକୁ ପଡୁଛି l ହେଲେ ବିଡମ୍ବନାର ବିଷୟ ହେଉଛି ଦଶପଲ୍ଲାରେ ଖୁବ୍ କମ୍ ବୟସର ଏପରିକି ସ୍କୁଲ, କଲେଜ୍ ଛାତ୍ର ଛାତ୍ରୀ ହାଇସ୍ପିଡ୍ ବାଇକ୍ ଧରି ପ୍ରତିଦିନ ଯାତାୟତ କରୁଛନ୍ତି l ଏଥିଯୋଗୁଁ ଅନେକ୍ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ବଢୁଛି l ମନେହେଉଛି ସତେ ଯେଭଳି ଏଥିପ୍ରତି ପ୍ରଶାସନର ସାମାନ୍ୟତମ ଅଂକୁଶ ରହୁନାହିଁ l ପ୍ରତିଦିନ ହାଇସ୍ପିଡ୍ ବାଇକ୍ ଶହ ଶହ ସଂଖ୍ଯାରେ ଦଶପଲ୍ଲା ମଧ୍ଯରେ ନାବାଳକଂକ ମାନଂକ ଦ୍ଵାରା ଦଶପଲ୍ଲା ସହର ମଧ୍ୟରେ ଯାତାୟତ କରୁଥିବା ବେଳେ ଏଥିପ୍ରତି ଅଭିଭାବକ ମାନେ କେବେ ସଚେତନ ହେବେ ଆଉ ପ୍ରଶାସନ ଏହା ଉପରେ ଅଂକୁଶ ଲାଗିବ ତାହା ଦେଖିବାକୁ ବାକି ରହିଲା l
