ବିକାଶ ଠାରୁ ବହୁ ଦୁରରେ ସାଦଭୂଇଁ ଗାଁ, ଦୁର୍ଦିନ ରେ ବାଉଁଶ କାରିଗର
ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ପଂଚାୟତର ସାଦଭୂଇଁ ଗାଁ ବିକାଶ ଠାରୁ ବହୁ ଦୁରରେ ରହିଯାଇଛି l ସ୍ଵାଧୀନତାର ୭୫ ବର୍ଷ ପରେ ଗାଁ କୁ ପକ୍କା ରାସ୍ତା ଟିଏ ନ ଥିବାରୁ ଦୁଇ ଦିନ ତଳେ ଗାଁ କୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ପ୍ରସୂତୀ ମହିଳାଂକୁ ଦୀର୍ଘ ପଥ ବୋହି ଆଣିବାକୁ ପଡିଲା l ଦୁର୍ଭାଗ୍ଯର ବିଷୟ ମହିଳା ଜଣଙ୍କ ଗୋଟିଏ ଶିଶୁ ପୁତ୍ର କୁ ଜନ୍ମ ଦେଇ ଆଖି ବୁଜିଲେ l ବର୍ଷକ ପୂର୍ବେ ଗାଁ ରେ ଅଗ୍ନିକାଣ୍ଡ ଘଟି ଥିଲା, ହେଲେ ଗାଁ କୁ ଦମକଳ ଯାଇ ନ ପାରିବାରୁ ସର୍ବସ୍ଵ ଛାରଖାର ହୋଇଗଲା ବୋଲି ଗ୍ରାମବାସୀ ମତ ଦିଅନ୍ତି l ଗ୍ରାମରେ ୩୦ ଟି ପରିବାର ବାସ କରନ୍ତି l ବାଉଁଶ ପାତିଆରେ ସୁନ୍ଦର ସୁନ୍ଦର ବିଭିନ୍ନ ଜିନିଷ ତିଆରି କରି ତାକୁ ବିକି ଗୁଜୁରାଣ ମେଂଟାନ୍ତି l ହେଲେ ବଜାର ସୁବିଧା ସେମାନଂକ ପାଖରେ ପହଂଚି ପାରୁ ନ ଥିବାରୁ ଅଭାବି ବିକ୍ରି ପଡ଼ି ଅଭାବି ମଧ୍ଯରେ ରହିଯାଉଛି l ଏସବୁ ସମସ୍ୟା ସମାଧାନ ପାଇଁ ପକ୍କା ରାସ୍ତା ଟିଏ ତିଆରି ହେଲେ କିଛି ମାତ୍ରାରେ ସମସ୍ୟାର ସମାଧାନ ହୋଇପାରଂତା ବୋଲି ମତ ପ୍ରକାଶ ପାଉଛି l
