ନବ ନିର୍ବାଚିତ ଏଆଇସିସି ସଭ୍ୟ ଅଶୋକ ଦାସଙ୍କୁ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା
ତିହିଡ଼ି : ବାସୁଦେବପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ପୂର୍ବତନ ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ ଅଖିଳ ଭାରତ କଂଗ୍ରେସ କମିଟିର ନୂତନ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ନୂତନ ସଦସ୍ୟ ଶ୍ରୀ ଦାସଙ୍କୁ ତିହିଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବୁଧବାର କମାରିଆ ସ୍ଥିତକ କଂଗ୍ରେସର ଆଞ୍ଚଳିକ କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ପୌରୋହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ତିହିଡ଼ି ବ୍ଲକ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଶ୍ରଦ୍ଧାପ୍ରକାଶ ନାୟକ, ପୂର୍ବତନ ସରପଞ୍ଚ ମିନକେତନ ସେନାପତି, କଂଗ୍ରେସ ନେତା ସୁରେନ୍ଦ୍ର ସାହୁ, ପ୍ରତାପ ସାହୁ, କରୁଣାକର ମହାରଣା, ଗଗନ ବିହାରୀ ମହାନ୍ତି, ଦୀପକ ଦାସ, ଗୋରାବାବୁ ସାହା, ହରିଶଂକର ପଟ୍ଟନାୟକ, ହରିହର ମଳିକ, ପିଣ୍ଟୁ ସାହୁଙ୍କ ସମେତ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରି ବକ୍ତବ୍ୟ ରଖିଥିଲେ ।
