ରାଜସ୍ୱ ବିଭାଗ ତରଫରୁ ଚଢାଉ
ଜୟପୁର : ଜୟପୁର ତହସିଲ ଅଫିସ ତରଫରୁ ଚଢାଉ କରାଯାଇଛି । ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିର, କୁମୁଲିପୁଟ, ବାରିଣିପୁଟ ଛକରେ ଚଢାଉ କରାଯାଇଛି । ବେଆଇନ ଭାବେ ବାଲି, ମାଟି, ପଥର ଚାଲାଣ ହୋଉଥିବା ଅଭିଯୋଗରେ ଜୟପୁର ତହସିଲଦାର ସାଗରିକା ଷଡଙ୍ଗୀ ଙ୍କ ନିଦ୍ଦେଷ କ୍ରମେ ସୁପରଭାଇଜର ହରି ହର ଶତପଥୀ ଙ୍କ ନେତୃତତ୍ୱରେ ୩ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ କରି ୧ଟି ଟିପ୍ପର ୩ଟି ଟ୍ରାକ୍ଟର କୁ ଜବତ କରାଯାଇ ଜୋରି ମାନା ଆଦାୟ କରାଯାଇଛି । ଜବତ ଟ୍ରାକ୍ଟର ଓ ଟିପ୍ପର ରୁ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଚଢାଉ ରେ ଆରଆଇ.ଏଆଇଆଇ ମାନେ ଉପସ୍ଥତ ଥିଲେ ।
