ବାଇକ ଚୋରି ଅଭିଯୋଗରେ ଜଣେ ଗିରଫ
ଜୟପୁର : ଜୟପୁର ଟାଉନ ପୋଲିସ ବାଇକ ଚୋରି ମାମଲାରେ ଜଣକୁ ଗରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଖ୍ରୀଷ୍ଟିଆନପେଟାର ରୋହିତ ମେହେର (୨୦) । ପୋଲିସ ସୁଚନା ଅନୁଯାଇ ଜୟପୁର ପଂଚୁବଟି ନଗରର ଚିତସ କନ୍ଦପାନଙ୍କ ବାଇକ ଚୋରି ହୋଇଯାଇଥିଲା । ଏନେଇ ସେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ତଦନ୍ତରେ ଜାଣି ପୋଲିସ ଖ୍ରୀଷ୍ଟିଆନପେଟାରୁ ଅଭିଯୁକ୍ତକୁ ଗିରଫ କରି ଚୋରି ହୋଇଥିବା ବାଇକକୁ ଜବତ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି ।
