ବିବାହର ପ୍ରଲୋଭନ ଦେଖାଇ ଯୁବତୀକୁ ଦୁଷ୍କର୍ମ
ଜୟପୁର : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ମହିଳା ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଅନ୍ତର୍ଗତ ଚେରକା ଦଇତାରି ଗୌଡ (୨୩) । ପୋଲିସ ସୁଚନା ଅନୁଯାଇ ଅଭିଯୁକ୍ତ ଦଇତାରି ଗୌଡ ଜଣେ ଯୁବତିକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ଏନେଇ ଯୁବତି ଜଣ ବିବାହ କରିବାକୁ କହିବାରୁ ଅଭିଯୁକ୍ତ ମନା କରିଥିଲା । ଏନେଇ ଯୁବତି ଜଣକ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭି ଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲ ।ତଦନ୍ତ ରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାମଲାକୁ ଡିଏସପି ସୁମିତ୍ରା ଜେନା ତଦନ୍ତ କରୁଥିବା ମହିଳା ଥାନା ଅଧିକାରି ମମତା ପାଣିଗ୍ରାହୀ ସୁଚନା ଦେଇଛନ୍ତି।
