କେନ୍ଦୁଝରରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ
କେନ୍ଦୁଝର : କେନ୍ଦୁଝର ରେ ପତ୍ନୀଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଘ୍ରାମରେ । ଏହି ହତ୍ୟାକାଣ୍ଡ ଅବଶ୍ୟ କୌଣସି ସେଭଳି ଗୁରୁତର ଘଟଣାରୁ ହୋଇନାହିଁ । କେବଳ ସାମାନ୍ୟ ଘରୋଇ କଳିରୁ ହିଁଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ସ୍ୱାମୀ ରଥୁଆ ସେଠୀ , ପତ୍ନୀ ସୁଲୋଚନା ସେଠୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରଛି । ପ୍ରାପ୍ତ ସୂଚନାନୁସାରେ ଏହି ପତି ପନ୍ôୀଙ୍କ ମଧ୍ୟରେ ପ୍ରାୟତଃ କଳହ ଲାଗି ଥାଏ । ରବିବାର ପୂର୍ବ ରାତିରେ ରଥୁଆ ଓ ସୁଲୋଚନାଙ୍କ ମଧ୍ୟରେ କୌଣସି କାରଣରୁ ହଠାତ୍ ଝଗଡା ଆରମ୍ଭ ହୋଇଥିଲା ।କିନ୍ତୁ ନିଜ ନିଜ ଭିତରେ ବୁଝା ମଣାରେ ତାର ଏକ ପ୍ରକାର ଜବନିକା ପଡିଥିଲା । କିନ୍ତୁ ପୁଣି ସକାଳୁ ଉଠିବା ପରେ ପୁଣି ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇ ଯାଇଥିଲା । ଝଗଡା ଚାଲିଥିବା ବେଳେ ରଥୁଆ ହଠାତ୍ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ପତ୍ନୀ ସୁଲୋଚନାର ହାତକୁ ହାଣି ଦେଇଥିଲା । ଫଳରେ ସୁଲୋଚନା ତଳେ ପଡିଯାଇଥିଲେ । କିନ୍ତୁ ଏତିକିରେ ରଥୁଆ ର ରାଗ ଶାନ୍ତ ହୋଇ ନଥିଲା । ତା ରାଗ ଏତେ ଭୟଙ୍କର ଥିଲା ଯେ ସେହି ଟାଙ୍ଗିଆରେ ସେ ନିଜ ପତ୍ନୀ ଶରୀରର ବିଭିନ୍ନ ସ୍ଥାନକୁ ସେହି ଟାଙ୍ଗିଆରେ ଚୋଟ ଉପରେ ଚୋଟ ପକାଇ ଚାଲିଥିଲା । ଯେଉଁଥିପାଇିଁ ସୁଲୋଚନାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ନିଜ ପତ୍ନୀକୁ ଅତି ନର୍ମମ ଭାବେ ହତ୍ୟା କରିବା ପରେ ରଥିଆ ସେଠୀ ତେଲକୋଇ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ତେଲକୋଇ ପୋଲିସ ଘଟଣାସ୍ଥଳରେ ପହଁଚି ସୁଲୋଚନାଙ୍କ ମୃତ ଶରୀର ଜବଦ କରିବା ସହ ତଦନ୍ତ ଜାରି ରଖିଛନ୍ତି ।
