ପୋଡୁଚାଷୀଙ୍କୁ ତୁରନ୍ତ ଜମିର ପଟ୍ଟା ପ୍ରଦାନ ଦାବିରେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏ.ଆଇ.କେ.କେ.ଏମ୍.ଏସ୍ ସଂଗଠନର ଶତାଧୂକ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । କାଳି ପଡିଆ ଠାରୁ ଏକ ଶୋଭାଯାତ୍ରାରେ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ଦେଇ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଡୁଚାଷୀଙ୍କ ଜମିରେ ତାରବାଡ ନିର୍ମାଣ ବନ୍ଦ , ଚାଷ ଜମିରେ ବିନୀକରଣ ବନ୍ଦ , ୨୦୦୬ ମସିହା ଜଙ୍ଗଲ ଜମି ଅଧ୍ୱକାର ଆଇନ ଅନୁଯାୟୀ ଦଖଲିକୃତ ଜମିକୁ ଦଖଲଦାରଙ୍କ ନାମରେ ପଟ୍ଟା ପ୍ରଦାନ , ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର , ପୋଡୁଚାଷୀଙ୍କୁ ମାଗଣାରେ ବିହନ , ସାର ଓ କୀଟନାଶକ ଯୋଗାଣ , ମନରେଗା ଯୋଜନାରେ ମୁଲିଆମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରି ପ୍ରଦାନ ସହ ବର୍ଷସାରା କାମ ଯୋଗାଣ ,ଏମଏସପିକୁ ଆଇନର ଗ୍ୟାରେଣ୍ଟି ଦେବା ଓ ବିଦ୍ୟୁତ୍ ବିଲ୍ ୨୦୨୨ କୁ ପ୍ରତ୍ୟାହାର କରିବା ଆଦି ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୭ ଦଫା ଦାବି ସମ୍ବଳୀତ ଏକ ସ୍ମାରକ ପତ୍ର ଏ.ଆଇ.କେ.କେ.ଏମ୍.ଏସ୍ ର ସର୍ବଭାରତୀୟ କାର୍ଯ୍ୟକାରୀ କମିଟିର ସଦସ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
