ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା
ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଛତ୍ରପୁର ମୈାଜାର ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମରେ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ମୃତ୍ୟୁ ଘଟିଛି । ବାରିପଦା ଅଂଚଳର ପଶୁଧନ କର୍ମଚାରୀ ନଗେନ୍ ସାହୁ ସୋରରେ ଚାକରି କରୁଥିବା ବେଳେ ପରିବାର ସହ ଭଡା ଘରେ ହୁଥିଲେ । ତାଙ୍କ ବଡ ଝିଅ ସୁମିତା(୨୮) କୈାଣସି କରଣରୁ ମାନସିକ ଭାରସାମ୍ୟ ହରାଇ ଗତ ୧୬ ତାରିଖରେ ଆତ୍ମହତ୍ୟା ଉଦ୍ୟମରେ ବିଷ ପିଇ ଗୁରୁତର ଥିବା ବେଳେ ତାଙ୍କୁ ପରିବାର ଲୋକେ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରି ବାଲେଶ୍ୱର ସ୍ଥାନାନ୍ତରିତ ହୋଇଥିଲେ । ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି ।
