ଲକ୍ଷ୍ମୀନାରାୟଣ କ୍ଲବ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ପରିଷଦ ଅଭିଯାତ୍ରୀ ଆରସା ଚମ୍ପିଆନ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ଲକ୍ଷ୍ମୀନାରାୟଣ କ୍ଲବ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ରାତିରେ ଉଦ୍ଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚକୁ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, କୋହ୍ଲ ସରପଞ୍ଚ କୈଳାସ ପରିଡ଼ା, ସମିତି ସଭ୍ୟ ନକୁଳ ବାରିକ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବିଜେଡି ନେତା ସୁରେନ୍ଦ୍ର କୁମାର ନାୟକ, ପ୍ରବୀର ନାୟକ, କମଳାକାନ୍ତ ଲେଙ୍କା, ବୈକୁଣ୍ଠ ପାଣି, ସୁରେନ୍ଦ୍ର ନାୟକ, ଛନ୍ଦା ଚରଣ ନାୟକ, ନିତ୍ୟାନନ୍ଦ ବେହେରା, ପ୍ରଦୀପ ଦାସ, ସମାଜସେବୀ ବାପି ସାହୁ, ସତ୍ୟବ୍ରତ ସାହାଣୀ, ପ୍ରଗତି କୁମାର ସାହୁ ପ୍ରମୁଖ ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚ୍ ପରିଷଦ ଅଭିଯାତ୍ରୀ ଆରସା ଏବଂ ସିନ୍ଦୋଳ ପଞ୍ଚାୟତ ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଷଦ ଅଭିଯାତ୍ରୀ ୩୫ ରନ୍ରେ ବିଜୟଲାଭ କରି ଚମ୍ପିଆନ ହୋଇଥିଲା । ଖେଳ ଶେଷରେ ଯୁବନେତା ଅନିରୁଦ୍ଧ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଧୀରେନ୍ଦ୍ର ସାହୁ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ଏବଂ ରନର୍ସଅପ୍ ଦଳକୁ କପ୍ ପ୍ରଦାନ କରିଥିଲେ । ଅମ୍ପେୟାର ଭାବେ ମାନସ ସେନାପତି ଓ ସତ୍ୟାନନ୍ଦ କବାଟ ଖେଳ ପରିଚାଳନା କରିଥିବା ବେଳେ ଆଲୋକ ମଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିଲେ । ଲକ୍ଷ୍ମୀନାରାୟଣ କ୍ଳବର ସଭ୍ୟ ପ୍ରବୀର ନାୟକ, ବିଶ୍ୱନାଥ ବାରିକ, ଶଶିକାନ୍ତ ସାମଲ, ଗୋପବନ୍ଧୁ ସ୍ୱାଇଁ, ବାପି ଧରମଲାଲ, ପିଣ୍ଟୁ ସାହୁ, ଚନ୍ଦନ ମଲ୍ଲିକ, ବିକାଶ ବାରିକ, ଜିତେନ୍ଦ୍ର ନାୟକ, ସୁମନ୍ତ ବାରିକ, ସରୋଜ ଦାସ, ଚନ୍ଦନ ବାରିକ, ସଂଜୀବ ବାରିକ, ରାଜେନ୍ଦ୍ର ନାୟକ, ବଳରାମ ବାରିକ, ଜନ୍ମେଜୟ ବାରିକ, ପଙ୍କଜ ଦାସ, ସନ୍ତୋଷ ଦାସଙ୍କ ସମେତ ସମସ୍ତ ସଭ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।
