ଦରମା ନ ପାଇ ଅଧିକାରୀଙ୍କୁ ଘେରିଲେ ଏନ୍ଆଇଏସ୍ଏସ୍ ସିକ୍ୟୁରିଟି ଗାର୍ଡ କର୍ମଚାରୀ
ଜଳେଶ୍ୱର : ଦିନକୁ ୧୨ ଘଣ୍ଟା ଖଟି ଶେଷରେ ଦରମା ନ ପାଇ ଉତ୍କ୍ଷ୍ରିପ୍ତ ହୋଇଛନ୍ତି ଏକ ଘରୋଇ ଠିକ ସଂସ୍ଥାରେ କାର୍ଯ୍ୟ କରୁଥିବା ସୁକ୍ୟୁରିଟି ଗାର୍ଡ କର୍ମଚାରୀମାନେ । ଆଜି ସକାଳଠାରୁ ତାଙ୍କର ବକେୟା ଦରମା ପାଇବା ଲାଗି ଅପେକ୍ଷା କରିଥିବା କର୍ମଚାରୀମାନେ ସଂସ୍ଥାର ଜଣେ ଅଧିକାରୀଙ୍କୁ ସଂଧ୍ୟା ପର୍ଯ୍ୟନ୍ତ ଘେରି ରଖିଥିଲେ । ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାରୁ ପ୍ରକାଶ, ଜଳେଶ୍ୱର ରେଳ ଓଭରବ୍ରଜ୍ କାର୍ଯ୍ୟ କରୁଥିବା ଏକ ସଂସ୍ଥାରେ କଟକସ୍ଥିତ ଏନ୍ଆଇଏସ୍ଏସ୍ ସିକ୍ୟୁରିଟି ସଂସ୍ଥାର କେତେକ କର୍ମଚାରୀ ସିକ୍ୟୁରିଟି ଗାର୍ଡଭାବେ କାର୍ଯ୍ୟ କରୁଥିଲେ । ସେମାନେ ଗତ ଡିସେମ୍ବର ମାସରୁ ଦରମା ପାଇନଥିବା ବେଳେ ଆଜି ୧୨ଜଣରୁ ଉର୍ଦ୍ଧ କର୍ମଚାରୀ ସିକ୍ୟରିଟି ସଂସ୍ଥାର ଡେପୁଟି ମେନେଜର ଜ୍ୟୋତିପ୍ରକାଶ ରାଉତରାୟଙ୍କୁ ଘେରି ରଖିଥିଲେ । ସଂସ୍ଥାର ସୁପର ଭାଇଜର ଶ୍ରୀହର୍ସ ପ୍ରଧାନଙ୍କ କେତେକ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯୋଗୁ ଏପରି ଅବ୍ୟବସ୍ଥା ହୋଇଥିବା ଶ୍ରୀ ରାଉତରାୟ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏବେ ବାଲେଶ୍ୱରର ଅନ୍ୟଏକ ସିକ୍ୟୁରିଟି ଗାର୍ଡ ସଂସ୍ଥା ଏମ୍ଏମ୍ଏସ୍ କର୍ମଚାରୀ ଯୋଗାଉଥିବାରୁ ଆନ୍ଦୋଳନକାରୀଙ୍କୁ କାର୍ଯ୍ୟରୁ ନିବୃତ କରାଯାଇଥିବା ସେ କହିଛନ୍ତି । ଏହି ଆନ୍ଦୋଳନରେ ଜଗନ୍ନାଥ ହେମ୍ବ୍ରମ, କାହ୍ନୁ ସରେନ୍, ବିରେନ୍ଦ୍ର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଶେଷରେ କେତେକ କର୍ମଚାରୀଙ୍କୁ ଦରମା ଦିଆଯାଇଥିବା ଜଣାଯାଇଛି ।
