ବର୍ଷିଆନ୍ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟରେ ଶୋକସଭା
ଜଳେଶ୍ୱର : ନେସ୍କୋ ପାୱାର ଏମ୍ପୋଇଜ୍ ୟୁନିୟନର ସାଧାରଣ ସଂପାଦକ ତାରାକାନ୍ତ ପଟ୍ଟନାୟକ (୭୩) ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଉପଲକ୍ଷେ ଆଜି ଜଳେଶ୍ୱରସ୍ଥିତ ଟାଟା ପାୱାର କାର୍ଯ୍ୟାଳୟରେ ଏକ ଶୋକ ସଭା ଆୟୋଜିତ ହୋଇ ଯାଇଛି । ଅନୁଷ୍ଠିତ ସଭାରେ ସଂଘର ଡିଭିଜନ୍ ସଂପାଦକ ପ୍ରଶାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିପିଏନ୍ଓଡିଏଲର ନିର୍ବାହୀଯନ୍ତ୍ରୀ ସୌମ୍ୟରଂଜନ ନାୟକ, ଏସ୍ଡିଓ ଭୂବନ କୁମାର ସାହୁ, ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ବେରା, ଯୁଗ୍ମ ସାଧାରଣ ସଂପାଦକ ଜ୍ୟୋତିକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ କାର୍ଯ୍ୟ, ବଳିଷ୍ଠ ନେତୃତ୍ୱ ଓ ଆଦର୍ଶ ପ୍ରତିଭା ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏଥିରେ ଭୋଗରାଇ, କମର୍ଦ୍ଦା, ହାତିଗଡ, ଜଳେଶ୍ୱର, ନାମ୍ପୋ, ଦେହୁର୍ଦ୍ଦା ସେକ୍ସନ୍ର ବହୁ କର୍ମଚାରୀ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
