କୋହ୍ଲ ୟୁପିଏମଇ ସ୍କୁଲର ବାର୍ଷିକ ଉତ୍ସବ ପାଳିତ
ତିହିଡ଼ି : ଭଦ୍ରକ ଜିଲା ତିହିଡି ବ୍ଲକ କୋହ୍ଲ ୟୁପିଏମଇ ସ୍କୁଲର ବାର୍ଷିକୋତ୍ସବ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଶିକ୍ଷକ ମାୟାଧର ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବିଭୁତି ଭୁଷଣ ସେନାପତି, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ପ୍ରଧାନ ଶିକ୍ଷୟିତ୍ରୀ ମହେଶ୍ୱତା ବଳ, ସମିତି ସଭ୍ୟା ତିଳୋତ୍ତମା ବେହେରା, ଶିକ୍ଷକ ପ୍ରଶାନ୍ତ ବାରିକ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପିଲାମାନେ ଶୃଙ୍ଖଳିତ ହେଲେ ସମାଜ ଶୃଙ୍ଖଳିତ ହୋଇପାରିବ ବୋଲି କହିଥିଲେ । ଏଥି ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ସ୍କୁଲର ପୂର୍ବତନ ଶିକ୍ଷୟିତ୍ରୀ ସୁଲେଖା ନାୟକ ଓ ନିର୍ମଳା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ ତ୍ରୀନାଥ ସେଠୀ, ଶିକ୍ଷୟିତ୍ରୀ ତପସ୍ୱିନୀ ଦାସ, ଉର୍ମିଳା ସେନାପତି, ମଞ୍ଜୁ ଲତା ସାମଲ, ସନ୍ଧ୍ୟା ରାଣୀ ମହାପାତ୍ର କମିଟି ସଦସ୍ୟ କୃପାସିନ୍ଧୁ ବାରିକ, ସତ୍ୟ ପାଣିଗ୍ରାହୀ, ନାରାୟଣ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
