ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକରେ ସଡ଼କ ନିରାପତ୍ତା ସଙ୍କ୍ରାନ୍ତିୟ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହାକୁ ପରିଚାଳନା କରିଥିଲେ । ଏଥିରେ ଶ୍ରୀ ଆଶିଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଦୌରା ଜଜ, ଭଦ୍ରକ, ଶ୍ରୀମତୀ ପ୍ରଜ୍ଞା ପାରମିତା ରାଉଳ, ବିଚାରପତି ପରିବାର ଅଦାଲତ ଏବଂ ଅନ୍ୟ ସମସ୍ତ ବିଚାରପତି ବୃନ୍ଦ ଉପସ୍ଥିତ ଥିଲେ । ଶ୍ରୀ ଅରୁଣ ଚାନ୍ଦ, ଆଡ୍ଭୋକେଟ, ଶ୍ରୀ ପ୍ରଫୁଲ୍ଲ ସାମଲ ଆଡ୍ଭୋକେଟ, ସମସ୍ତ ପାନେଲ ଓକିଲ ଓ ପି ଏଲ୍ ଭି ମାନେ ଯୋଗ ଦେଇଥିଲେ । ଏହି ସଚେତନ କାର୍ଯ୍ୟକ୍ରମରେ ମୋଟର ଦୁର୍ଘଟଣା ଜନିତ ମୋକଦ୍ଦମା ସଂକ୍ରାନ୍ତିୟ ଆଇନ, ମୋଟର ଯାନ ଆଇନ, ସଡ଼କ ନିରାପତ୍ତା ବିଷୟରେ ଆଲୋକପାତ କରିଥିଲେ ।
