ଓରାଳିରେ ଅଗ୍ନିକାଣ୍ଡ, ଗୁହାଳ ଜଳିଗଲା, ୫ ଗୋରୁ ଗୁରୁତର
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ଓରାଳି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ରଘୁନାଥ କବିଙ୍କ ଗୁହାଳ ସମ୍ପୂର୍ଣ୍ଣ ଜଳି ଯିବା ସହ ଗୁହାଳରେ ବନ୍ଧା ଯାଇଥିବା ୪ଟି ଜର୍ସି ଗାଈ ଓ ଗୋଟିଏ ବାଛୁରୀ ଅର୍ଦ୍ଧଦଗ୍ଧ ହୋଇ ଗୁରୁତର ହୋଇଥିବା ଜଣାଯାଇଛି । ଗୁହାଳ ଧୂଆଁରୁ ନିଆଁ ଉଠି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ସ୍ଥାନୀୟ ଲୋକେ ଅଗ୍ନିକାଣ୍ଡ ଖବର ପାଇଁ ପାଣି ଢାଳି ନିଆଁକୁ ଆୟତ କରିଥିଲେ । ଖବର ପାଇ ବୁଧବାର ସକାଳେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରାକାର ଜେନା, ପ୍ରାଣୀଧନ ନିରୀକ୍ଷକ ମାନିନୀ ସାହୁ, ଲଲାଟେନ୍ଦୁ ନାୟକ, ପ୍ରଭାକର ପଲେଇ ପ୍ରମୁଖ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ôଚ ଗୋରୁମାନଙ୍କୁ ଚିକିତ୍ସା କରିଛନ୍ତି । ସରପଞ୍ଚ ପ୍ରତିନିଧି ବିଷ୍ଣୁମୋହନ ଜେନା, ସମିତିସଭ୍ୟ ଜୟପ୍ରକାଶ ମଲ୍ଲିକ, ଶିକ୍ଷକ ଆଲୋକ କୁମାର ମଲ୍ଲିକ, ନିରଂଜନ ବେହେରା ପହଞ୍ôଚ ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।
