ଜଳେଶ୍ୱରକୁ ସବ୍ଡିଭିଜନ୍ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର – ସହରରେ ବାଇକ୍ ର୍ୟାଲିରେ ଶହ ଶହ ଯୁବ-ଛାତ୍ର ସାମିଲ : ତହସିଲରେ ବିକ୍ଷୋଭ
ଜଳେଶ୍ୱର : ଜଳେଶ୍ୱରକୁ ସବ୍ଡିଭିଜନ୍ ଘୋଷଣା ଲାଗି ଦୀର୍ଘ ୪୪ବର୍ଷ ଧରି ବିଭିନ୍ନ ଫୋରମ୍ରୁ ଦାବି, ଆନ୍ଦୋଳନ ହୋଇ ଆସୁଥିବା ବେଳେ ଏବେ ଛାତ୍ର-ଯୁବ ସଂଗଠନ ଏହାର ମଂଗ ଧରିଛନ୍ତି । ଗତ କିଛିଦିନ ଧରି ଉତ୍ତର ବାଲେଶ୍ୱରରେ ଦସ୍ତଖତ ଅଭିଯାନ ଚାଲିଥିବା ବେଳେ ଆଜି ପ୍ରାୟ ୧୩ହଜାର ଲୋକଙ୍କ ଦସ୍ତକ୍ଷତ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଜଳେଶ୍ୱର ତହସିଳଦାରଙ୍କୁ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ ଶହ ଶହ ଯୁବ-ଛାତ୍ର ସଂଗଠନ ଏକ ବାଇକ୍ ର୍ୟାଲିରେ ଆସି ତହସିଲ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଉପସ୍ଥାପନ କରିଥିଲେ । ସମଗ୍ର ଉତ୍ତର ବାଲେଶ୍ୱର ପଶ୍ଚିମବଂଗର ଉପାନ୍ତ, ସୁବର୍ଣ୍ଣରେଖା ନଦୀର ବନ୍ୟା ପ୍ରପିଡିତ, ଜିଲା ଓ ସଦର ମହାକୁମା ଠାରୁ ୫୦କି.ମି ଦୂର ଏବଂ ସବ୍ଡିଭିଜନ୍ସ୍ତରୀୟ ସବୁ ବିଭାଗର କାର୍ଯ୍ୟାଳୟ ଜଳେଶ୍ୱରରେ ଥିବା ବେଳେ କେତେକ ଜିଲାସ୍ତରୀୟ କାର୍ଯ୍ୟାଳୟ ଏଠାରେ କାର୍ଯ୍ୟ କରି ଆସୁଛି । ଜଳେଶ୍ୱର, ବସ୍ତା, ବାଲିଆପାଳ, ଭୋଗରାଇର ମଧ୍ୟସ୍ଥଳି ହୋଇଥିବା ଏବଂ ଜଳେଶ୍ୱରର ମୁଖ୍ୟ କାର୍ଯ୍ୟାଳୟରୁ କେତେକ ବିଭାଗରେ ଉପରୋକ୍ତ ୪ଟି ବ୍ଲକ ଜଳେଶ୍ୱର ଅଧିନରେ ଥିବାରୁ ସବ୍ ଡିଭିଜନ୍ ଘୋଣଷା ଲାଗି ଦାବି ଜୋର ଧରିଛି । ୧୯୭୮ ମସିହାରେ ବିଧାସସଭା ମଧ୍ୟ ତତ୍ାକଳୀନ ବିଧାୟକ ଗଦାଧର ଗିରି ଓ ସୁଶାନ୍ତ ଚାନ୍ତ ଏବଂ ବିଧାନ ସଭା ବାହାରେ ପ୍ରଫୁଲ୍ଲ ଦାସଙ୍କ ଦ୍ୱାରା ସବ୍ଡିଭିଜନ୍ ଦାବି କରାଯାଇଥିଲା । ସେବେଠାରୁ ଜଳେଶ୍ୱରକୁ ସବ୍ଡିଜିନ୍ ଲାଗି ବିଭିନ୍ନ ସମୟରେ ଦାବି ଓ ଆନ୍ଦୋଳନ ହୋଇ ଆସୁଛି । ଜଳେଶ୍ୱର ପୌରପାଳର ୧୭ଟି ୱାର୍ଡ, ଜଳେଶ୍ୱର ବ୍ଲକର ୩୫ଟି ପଂଚାୟତ, ଭୋଗରାଇର ୫୦ଟି ପଂଚାୟତ, ବସ୍ତାର ୨୭ଟି ପଂଚାୟତ ଏବଂ ବାଲିଆପାଳର ୨୫ଟି ପଂଚାୟତ ଥିବା ବେଳେ ଏହାକୁ ନେଇ ଜଳେଶ୍ୱର ସଦର ମହାକୁମା (ସବ୍ଡିଭିଜନ୍) ଘୋଷଣା ଲାଗି ଛାତ୍ର, ଯୁବ ପକ୍ଷରୁ କାଳିଚରଣ ଦାସ, ରାସବିହାରୀ ରଣା, ଚନ୍ଦନ କର ଓ ସତ୍ୟଶୋଭନ ମିଶ୍ରଙ୍କ ନେତୃତ୍ୱରେ ଦସ୍ତକ୍ଷତ ଅଭିଯାନ, ସଚେତନତା ଶିବିର ୪ଟି ବ୍ଲକ ଅଂଚଳରେ ୩ମାସ ଧରି ଅନୁଷ୍ଠିତ ହୋଇ ଆସୁଥିଲା । ସିଦ୍ଧାନ୍ତ ଅନୁଯାୟୀ ଆଜି ଏକ ବାଲିକ୍ ର୍ୟାଲିରେ ଶହ ଶହ ଯୁବ-ଛାତ୍ର ବଡବଜାର ଠାରୁ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଆୟୋଜିତ ସଭାରେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପରୋକ୍ତ ୪ ଯୁବନେତାଙ୍କ ସହିତ ଭୋଗରାଇର ଅଂଶୁମାନ ରାଉତ, ଗୁରୁପଦ ସାହୁ ବକ୍ତବ୍ୟ ରଖି ଜଳେଶ୍ୱରକୁ ସବ୍ଡିଭଜନ୍ ଘୋଷଣା କରିବାର ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅତିଶୀଘ୍ର ସବ୍ଡିଭିଜନ୍ ଘୋଷଣା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ସହ ଆସନ୍ତା ୧ ମାସ ମଧ୍ୟରେ ସବ୍ ଡିଭିଜନ୍ ଘୋଷଣା ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସଚିବାଳୟ ଆଗରେ ଧାରଣା ଦେବେ ବୋଲି ବକ୍ତବ୍ୟରେ ସେମାନେ କହିଛନ୍ତି । ଏଥିରେ ବିଜେଡିର ପୂର୍ବତନ ବ୍ଲକ ସଭାପତି ସୁଧିର ପାତ୍ର, ଭୂପତି ମିର୍ଦ୍ଧା ଥିବା ବେଳେ ସମିତି ସଦସ୍ୟ ଭାବେ ମୁକୁନ୍ଦ ଜେନା, ଲକ୍ଷ୍ମିଧର ବେହେରା, ଗଣେଶ ସରେନ୍ ଜିତେନ୍ଦ୍ର ଦାସ, ତ୍ରିଲୋଚନ ଦାସ, ନାଥୁରାମ ହେମ୍ବ୍ରମ, ଜୟଦେବ ବିଶ୍ୱାଳ, ଶ୍ରୀକଣ୍ଠ ମହାନ୍ତି, ରାଜେଶ ଜେନା, ପୂର୍ବତନ ନିର୍ବାଚିତ ପ୍ରତିନିଧି ଉଦୟନାଥ ମୁର୍ମୁ, ସୁରେଶ ମହନ୍ତ, ଚନ୍ଦନ ପାତ୍ର, ରାଜେନ୍ଦ୍ର ପାତ୍ର, ହାସିରୁଦ୍ଦିନ ବକ୍ସ, ସପନ ଜେନା, ପ୍ରବିର ଚାନ୍ଦ, ଜଗନ୍ନାଥ ବେରା, ରଂଜନ ସେଠୀ, ଦେବାଶୀଷ ଗୋଚ୍ଛାୟତ, ଅଂଶୁମାନ ଜେନା, ସଂଜିବ ଚାନ୍ଦ, ଅନୁପ ଚୌଧୁରୀ, ନିତ୍ୟାନନ୍ଦ ମଲ୍ଲିକ, ରବିନ୍ଦ୍ର ନନ୍ଦୀ, ରଂଜିତ ପାତ୍ର, ବିଷ୍ଣୁପଦ ଦାସମହାପାତ୍ର, ସୁବାଶିଷ ରାଉତ, ପିଣ୍ଟୁ ସିଂ, ରାଜିବ ଗିରି, ନରେନ୍ଦ୍ର ଜେନା, ଜୟକୃଷ୍ଣ ଗିରି, ରାକେଶ ପାତ୍ର, ଦୁର୍ଗାଶଂକର ଭୂୟାଁ, ସେକ୍ ଆରିଫ, ସେକ୍ ଇସ୍ରାଏଲ, ରଂଜନ ଦଳାଇ, ନଗେନ୍ଦ୍ର ଜେନା, ଗୌତମ ମାଝି, ଅମର ପାତ୍ର, ଦିବେନ୍ଦୁ ଘୋଷ, ରାଜୁ ଦଳେଇ, ଅକ୍ଷୟ ସେନାପତି, ମଧୁସୂଦନ ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ । ଶେଷରେ ତହସିଲଦାର ମିହିର ରଂଜନ ବେହେରା, ଆଇଆଇସି ରୋଜାଲିନ ବେହେରା ଯୁବ-ଛାତ୍ରଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ ।
