କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବାଲେଶ୍ଵର ସାଂସଦଙ୍କ ଆଲୋଚନା
ବାଲେଶ୍ଵର : ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି କେନ୍ଦ୍ର ଶିକ୍ଷା,କୌଶଳ ବିକାଶ ଓ ଉଦ୍ୟମିତା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାସଭବନରେ ସାକ୍ଷାତ କରିଛନ୍ତି। ବାଲେଶ୍ୱର ଓ ମୟୁରଭଞ୍ଜରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, NILP ମାଧ୍ୟମରେ ଶତ ପ୍ରତିଶତ ସାକ୍ଷରତା ସୁନିଶ୍ଚିତ କରିବା ଏବଂ ଯୁବ ବର୍ଗଙ୍କ ଭିତରେ ଉଦ୍ୟମିତା ସୃଷ୍ଟି କରି କୌଶଳ ବିକାଶ ଓ ରୋଜଗାର ସୃଷ୍ଟି କରିବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧୂ ମଧ୍ୟ୍ୟ ଉତ୍ସାହ ପୂର୍ବକ ଏ ସବୁ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତତ୍କାଳ ନିର୍ଦେଶ ଦେଇଥିବାରୁ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି I
