ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବ ସମାଜସେବୀ ସାନୁ କୁମାର ଶାସମଲ
ବାଲେଶ୍ବର : ଆଜିର ଯୁବପୀଢି ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରୁଥିବାର ଦେଖିବାକୁ ମିଳିଥାଏ । ଯୁବ ସମାଜସେବୀ ସାନୁ କୁମାର ଶାସମଲ ତାଙ୍କ ଜନ୍ମଦିନକୁ ସହରର ସହଦେବଖୁଣ୍ଟାସ୍ଥିତ ଚାନ୍ଦମାରୀ ପଡିଆ ନିକଟ ଅମୃତଧାରା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ ଏବଂ ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଫଳ, କେକ୍ ଏବଂ ବିସ୍କୁଟ୍ ପ୍ରଦାନ କରିଥିଲେ । ଶ୍ରୀ ଶାସମଲ କୋଭିଡ଼୍ ସମୟରେ ବିଭିନ୍ନ ଅସହାୟଙ୍କୁ ସାହାଯ୍ୟ କରିବା ସହ ନିଜର ଉତ୍ସର୍ଗୀକୃତ ଓ ନିଃସ୍ୱାର୍ଥପର ସେବା ମନୋଭାବ ପରୋପକାର ଚିନ୍ତାଧାରା ପାଇଁ ସେ ସମସ୍ତଙ୍କ ପାଖରେ ଆଦରଣୀୟ ହୋଇପାରିଛନ୍ତି । ଜନ୍ମ ଦିନରେ ଏପରି କରିବାରେ ଖୁସିମିଳିଥାଏ ବୋଲି ସେ କହିଛନ୍ତି । ସମାଜସେବୀ ଶ୍ରୀ ସାନୁ କୁମାର ଶାସମଲ ଆଜିର ଯୁବପିଢ଼ିଙ୍କୁ ଜନ୍ମଦିନ କିମ୍ବା କୈଣସି ସ୍ୱତନ୍ତ୍ର ଦିନମାନଙ୍କରେ ନିଜକୁ ସାମାଜିକ କର୍ମରେ ନିୟୋଜିତ କରିବା ପାଇଁ ଅନୁରୋଧ କରିଛନ୍ତି ।
