ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ତାଳପଦା ପଞ୍ଚାୟତ ଗଦାଧରପୁର ଗ୍ରାମର ବିଷ୍ଣୁମୋହନ ସାହୁଙ୍କ ଝିଅ କୁନୁରି ସାହୁ (୨୨)ଙ୍କ ମୃତ ଦେହକୁ ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, କନୁରି ସୋମବାର ରାତିରେ ତାଳପଦା ଗଦାଧରପୁର ଗ୍ରାମରେ ଚାଲିଥିବା ଚବିଶ ପ୍ରହର ନାମଜଜ୍ଞ ଦେଖିବାକୁ ଯାଇ ଘରକୁ ଫେରି ନଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ କୁନୁରିର ସନ୍ଧାନ ପାଇନଥିଲେ । ମାତ୍ର ମଙ୍ଗଳବାର ସକାଳୁ କୁନୁରି ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବୁଧପୁର ଛତରାବଜାର ନିକଟ ଏକ ଓଶସ୍ତ ଗଛରେ ନିଜ ଓଢ଼ଣୀରେ ଆତ୍ମହତ୍ୟା କରି ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକମାନେ ଦେଖି ମୃତ କୁନୁରିର ବାପାକୁ ଖବର ଦେଇଥିଲେ । ପରେ କୁନୁରିର ବାପା ଏ ସମ୍ପର୍କରେ ଥାନାରେ ଲିଖିତ ଭାବେ ଜଣାଇଥିଲେ ।
