ସୋର ୟୁଏନ୍ କଲେଜ ଇତିହାସ ବିଭାଗର ପାଠଚକ୍ର
ସୋର : ଉପେନ୍ଦ୍ରନାଥ ମହାବିଦ୍ୟାଳୟ ଇତିହାସ ବିଭାଗର ‘ଫୋକସ ଅନ ଦି ଗୁଡ଼୍’ ଶୀର୍ଷକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରା୍ମାପକ ନିରଂଜନ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପାଠଚକ୍ରକୁ କଲେଜ ଅ୍ମକ୍ଷ ଡ. ସତ୍ୟବ୍ରତ ଦାଶ ଉଦ୍ଘାଟନ କରି ଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଳବକ୍ତା ଭାବେ ପ୍ରା୍ମାପକ ଡ. ମହେନ୍ଦ୍ର କୁମାର ସାହୁ ଏବଂ ବିଷୟ ବିଶେଷଜ୍ଞ ପ୍ରକ୍ତନ ପ୍ରା୍ମାପକ ସନ୍ତୋଷ କୁମାର ପ୍ରଧାନ ଗଚୁଣତ୍ମକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅ୍ମାପିକା ତିଳୋତ୍ତମା ଶିଆ ଏବଂ ଛାତ୍ରୀ ଇତିଶ୍ରୀ ନାୟକ ବିଷୟବସ୍ତୁ ଉପରେ ବକ୍ତବ୍ୟ ର୍ଖିଥିଲେ । ଛାତ୍ରୀ ଅପ୍ସରା ପ୍ରିୟଦର୍ଶନୀ ପଣ୍ଡା, ସସ୍ମିତା ରାଉତ, ଶୁପ୍ରଭା ବେହେରା, ସୁଜାତା ଜେନା ଏବଂ ଚିନ୍ମୟ କର ପାଠଚକ୍ରର ବିଷୟବସ୍ତୁ ଉପରେ ସେମାନଙ୍କର ବକ୍ତବ୍ୟ ପାଠ କରିଥିଲେ । ଅ୍ମାପକ କୃଷ୍ଣଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିôତବା ବେଳେ ଶେଷବର୍ଷର ଛାତ୍ରୀ ମଧୁସ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭକ୍ତି ପଣ୍ଡା, ଶୁଭଲକ୍ଷ୍ମୀ ଜେନା, ମୋନାଲିସା ମହାନ୍ତି, ପ୍ରିୟଦର୍ଶିନୀ ମଲ୍ଲିକ, ମୋନାଲିସା ବେହେରା, ସିମି ନାଥ, କଲ୍ୟାଣୀ ସାସମଲ, ଲିଜାର ଦାସ, ବନୀତା ସାହୁ, ସସ୍ମିତା ସାହୁ , ନବିନା ଗୁହର ସୁଲତାନା, ସୁପ୍ରଭାତି ସାସମଲ, ଶ୍ରଦ୍ଧାଞ୍ଜଳି ବାରିକ, କାଦମ୍ବରୀ ବେହେରା, ଜିଘନେସ ବିଶ୍ୱଜିତ୍ ପ୍ରମୁଖ ପରିଚାଳନା କରିଥିଲେ ।
